Covid Odisha Updates: ଆଜି ଓଡିଶାରୁ ୧୬୮ କୋଭିଡ ପଜିଟିଭ ଚିହ୍ନଟ, ୮ ମୃତ୍ୟୁ

Share this:

ଭୁବନେଶ୍ଵର: Odisha Covid Updates News ଓଡିଶା ଆଜି କମିଛି କରୋନା ସଂକ୍ରମଣ। ରାଜ୍ୟରୁ ଆଜି ୧୬୮ଜଣ କୋଭିଡ-୧୯ (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି  ୧୮ ବର୍ଷ ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ୨୯ଜଣ। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୯ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୯ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସମ୍ବଲପୁର ଜିଲ୍ଲାରୁ ସର୍ବାଧିକ ୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୋଳ ଜିଲ୍ଲାରୁ ୪ଜଣ, ବାଲେଶ୍ଵରରୁ ୧୪ଜଣ, ଭଦ୍ରକ ଜିଲ୍ଲାରୁ ଜଣେ, ବଲାଙ୍ଗୀରିରୁ ୨ଜଣ, ବୌଦରୁ ଜଣେ, କଟକରୁ ୯ଜଣ, ଢେଙ୍କାନାଳରୁ ୨ଜଣ, ଗଞ୍ଜାମରୁ ଜଣେ, ଗଜପତିରୁ ୨୨ଜଣ, ଜଗତସିଂପୁରରୁ ୨ଜଣ, ଯାଜପୁରରୁ 6ଜଣ, ଝାରସୁଗୁଡାରୁ 16ଜଣ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୧୦ଜଣ, କେଉଁଝରରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୮ଜଣ, କୋରପୁଟରୁ ୩ଜଣ, ମୟୁରଭଞ୍ଜରୁ ୬ଜଣ, ନବରଙ୍ଗପୁରୁ ଜଣେ,ନୂଆପଡ଼ାରୁ ୮ଜଣ, ପୁରୀରୁ ଜଣେ, ରାୟଗଡାରୁ ୨ଜଣ, ସୁନ୍ଦରଗଡରୁ ୧୪ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨ କୋଟି ୯୩ ଲକ୍ଷ ୮ ହଜାର ୨୬୦ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୫ ହଜାର ୨୦୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୩୦ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୩ ହଜାର ୭୩୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ହଜାର ୩୪୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ସେହିପରି ରାଜ୍ୟରେ ୮ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୯ ହଜାର ୭୯ କୁ ବୃଦ୍ଧି ପାଇଛି।

Read Also | Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି

Share this: