Breaking Newsଓଡ଼ିଶା କରୋନା ମହାମାରୀର ଚିକିତ୍ସା ନଥିବାରୁ ସତର୍କତା ହିଁ ଏକମାତ୍ର ମାର୍ଗ : ଡିଏମଇଟି July 23, 2020 MahimaLive 18 Views Breaking News, corona, corona community transmission india, corona pandemic, face mask, Medical Education and Training, NEWS UPDATE, odisha, ODISHA NEWS, odishafightscorona, pandemic 0 min read Share this: ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଡିଏମଇଟି(Directorate of Medical Education & Training) ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଥିଲେ ଯେ ଆମେ ଏକ ଅଦୃଶ୍ୟ ଏବଂ ନୂଆ ଶତ୍ରୁର ମୁକାବିଲା କରୁଛୁ। ଏ ମହାମାରୀର କୌଣସି ଚିକିତ୍ସା ନଥିବାରୁ ସତର୍କ ରହିବା ହିଁ ସବୁଠୁ ଉତ୍ତମ ମାର୍ଗ ବୋଲି ସେ କହିଥିଲେ। ଏହି ସମୟରେ ଆତ୍ମସଚେତନ ହେବାକୁ ସେ ଆହ୍ୱାନ କରିଥିଲେ। ବିଶେଷ କରି ରୋଗୀଙ୍କ ଚିକିତ୍ସା କରୁଥିବା ଏବଂ ଅନ୍ୟ କରୋନା ଯୋଦ୍ଧାମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଇଥିଲ। ସେହିପରି ସେ କରୋନା ଚିକିତ୍ସା ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଏମଇଟି ପ୍ରଫେସର ଡା. ବ୍ରଜକିଶୋର ଦାସ, ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। From The Web Share this: