ରେକର୍ଡ ସଂଖ୍ୟକ ଓଡ଼ିଶାରେ ନୂଆ ୨୪୯୬ ଜଣ କରୋନା ପଜିଟିଭ ଚିହ୍ନଟ,ଖୋର୍ଦ୍ଧାରେ ସର୍ବାଧିକ ୩୭୮
ଭୁବନେଶ୍ଵର:ରାଜ୍ୟରେ ଆଜି ୨୪୯୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ୧୫୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୦୫ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୨୯ ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୭୮ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୩୨୭ ଜଣ, କଟକରୁ ୧୨୮ ଜଣ,କନ୍ଧମାଳ ଜିଲ୍ଲାରୁ ୯୮ ଜଣ,କୋରାପୁଟରୁ ୧୩୩ ଜଣ, କେନ୍ଦ୍ରାପଡ଼ାରୁ ୧୩ ଜଣ ,କେଉଁଝରରୁ ୫୧ ଜଣ ଓ କଳାହାଣ୍ଡିରୁ ୪୨ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୮୧ଜଣ ,ସୁନ୍ଦରଗଡ଼ରୁ ୧୫୬ ଜଣ ଓ ସୋନପୁର ଜିଲ୍ଲାରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାୟଗଡା ଜିଲ୍ଲାରୁ ୧୪୬ଜଣ, ଯାଜପୁର ଜିଲ୍ଲାରୁ ୧୧ ଜଣ ,ଜଗତସିଂହପୁରରୁ ୧୪ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୯ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୩୬ଜଣ, ବାଲେଶ୍ଵରରୁ ୧୬୫ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୯୨ ଜଣ ,ବୌଦ୍ଧଜିଲ୍ଲାରୁ ୧୧୫ ଜଣ ଏବଂ ଭଦ୍ରକ ଜିଲ୍ଲାରୁ ୧୦୨ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୬୮ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୯୩ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୪ ଜଣ ,ନବରଙ୍ଗପୁରରୁ ୧୧ଜଣ ଓ ନୂଆପଡ଼ାରୁ ୧୬ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୬୯ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୧୨ଜଣ ସଂକ୍ରମିତ ହୋଇଛନ୍ତି।ମୟୁରଭଞ୍ଜ ରୁ ୨୩ ଜଣ ଏବଂ ମାଲକାନଗିରିରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ଲକ୍ଷ ୫୫ ହଜାର ୭୧୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫୭ ହଜାର ୧୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୯ ହଜାର ୨୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭ହଜାର ୫୩୫ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।