Covid Dhenkanal: ଢେଙ୍କାନାଳ ଜିଲ୍ଲାରୁ ଆଜି ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ୭୭ ନୂଆ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଆଜି ଢେଙ୍କାନାଳ (Dhenkanal) ଜିଲ୍ଲାରେ ପୁଣି ବଢିଛି କରୋନା ସଂକ୍ରମଣ (Covid-19)।  ଜିଲ୍ଲାରୁ ଆଜି ନୂଆ ୭୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୬୬ ଏବଂ ହସ୍ପିଟାଲରୁ ୧୧ ଜଣ ଚିହ୍ନଟ ଅଛନ୍ତି। ଜିଲ୍ଲାରୁ ଆଜି ୩ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୨୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରଥଗଡ଼ା ଏବଂ କଣ୍ଟାନାଳିରୁ ୩ଜଣ ଲେଖାଏଁ ଥିବାବେଳେ ଗଣେଶବଜାର, ଦୂର୍ଗାବଜାର, କୋରିଆଁ, ମହିଷାପାଟରୁ ୨ଜଣ ଲେଖାଏଁ ଅଛନ୍ତି। ସେହିପରି ନୂଆଶାସନ, ଦେଉଳସାହି, RP ଲାଇନ, ଆମଲାପଡା, ଭାଗିରଥୀବିହାର, ସିମିଳିଆ,ହାଟରୋଡ଼  ଏବଂ ଗୁଡ଼ିଆନାଳିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୨୧ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଭାପୁରରୁ ୫ଜଣ ଥିବାବେଳେ ମାନିପୁର, ମଣ୍ଡାପାଳ, ତଳବରକୋଟ ଏବଂ ଡେରାସିଂରୁ ୨ଜଣ ଲେଖାଏଁ ଅଛନ୍ତି। ମଙ୍ଗଳପୁର, ଲମ୍ବୋଦରପୁର, ନୂଆଗାଁ, ଜନଖିରା, ରାହଳକାଟେଣି, ରେଗେଡ଼ା, ଦେଓପଡ଼ା ଏବଂ ବିରାଡିଆରୁ ଜଣେ ଲେଖାଏଁ ଅଛନ୍ତି।

ହିନ୍ଦୋଳ ବ୍ଲକ (Hindol Block) ରୁ ୧୬ଜଣ ଚିହ୍ନଟଙ୍କ ମଧ୍ୟରୁ ଠୋକରରୁ ୯ଜଣ ଥିବାବେଳେ ଗୁଳେହି, ଖଣ୍ଡିତିରି, ବରହମପୁର, ଖଳିବୋରେଇ, ଗୋବିନ୍ଦପୁର, ନିଜିଗଡ ଏବଂ କଳିଙ୍ଗାପାଳରୁ ଜଣେ ଲେଖାଏଁ ଅଛନ୍ତି। ହିନ୍ଦୋଳ NAC ରୁ ଜଣେ ଅଛନ୍ତି।

ପର୍ଜଙ୍ଗ ବ୍ଲକରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦାମୋଳରୁ ୩ଜଣ, ବଡ଼ଝରା, ରଂଗଥାଳି, ବାରିହାପୁର, ତଳବେରେଣା ଏବଂ କୁଆଳୋରୁ ଜଣେ ଚିହ୍ନଟ ହୋଇଛନ୍ତି। ଓଡାପଡା ବ୍ଲକ (Oapada Block) ରୁ ୩ ଜଣଙ୍କ ମଧ୍ୟରୁ ଓଡାପଡା, ବେଶାଳିଆ ଏବଂ ଚାଇଁପୁରରୁ ଜଣେ ଲେଖାଏଁ ଅଛନ୍ତି।

ଗଁଦିଆ ବ୍ଲକରୁ ୨ଜଣଙ୍କ ମଧ୍ୟରୁ ଆମ୍ବବାହାଳି ଏବଂ ନିହଲପ୍ରସାଦ ରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର ବ୍ଲକରୁ ୨ଜଣ ଚିହ୍ନଟଙ୍କ ମଧ୍ୟରୁ ଗୁଣେଇବିଲି  ଏବଂ ମୋତ୍ତାରୁ ଜଣେ ଲେଖାଏଁ ଅଛନ୍ତି। କଙ୍କଡାହାଡ ବ୍ଲକରୁ ତୋଡରନାଳିରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ଜଣେ ଚିହ୍ନଟ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗତକାଲି ୧୩୫୦ଟି ସାମ୍ପୁଲ ଟେଷ୍ଟ ହୋଇଛି। ମୋଟ ୩ ଲକ୍ଷ ୪୨ ହଜାର ୫୩୪ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୭ ହଜାର ୫୭୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୬୨ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୬ ହଜାର ୭୬୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୭୩୮ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ୪ଜଣ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୭୨ରେ ପହଞ୍ଚିଛି।

[amazon_auto_links id=”9932″]

Also Read | Odisha Covid-19:ଓଡ଼ିଶାରେ ଆଜି ପୁଣି ୪୫ଜଣ Corona ଆକ୍ରାନ୍ତଙ୍କ ମୃତ୍ୟୁ

Share this: