Covid19 India Updates: ପାଞ୍ଚ ରାଜ୍ୟ ବଢେଇଲେ ଚିନ୍ତା, ଦେଶରେ ଦୈନିକ କରୋନା ମାମଲାରେ ବୃଦ୍ଧି

Share this:

ନୂଆଦିଲ୍ଲୀ: ଦେଶରେ ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର (Maharashtra), ପଞ୍ଜାବ (Punjab), କର୍ଣ୍ଣାଟକ (Karnataka), ଗୁଜରାଟ (Gujarat) ଏବଂ ତାମିଲନାଡ଼ୁ (Tamil Nadu) ରେ ଦୈନିକ କରୋନା (Corona) ମାମଲା କ୍ରମାଗତ ଭାବେ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ ମାମଲା ମଧ୍ୟରୁ ୭୮.୪୧% ଏହି ପାଞ୍ଚଟି ରାଜ୍ୟରୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୨୯୧ ଟି ନୂଆ କରୋନା ମାମଲା ଆସିଛି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୧୬ହଜାର ୬୨୦ ମାମଲା ଆସିଛି। ଏହା ପଛକୁ କେରଳରୁ ୧୭୯୨ ଏବଂ ପଞ୍ଜାବରୁ ୧୪୯୨ଟି ମାମଲା ଆସିଛି। ଗତ ଏକ ମାସ ହେଲା କେରଳରେ ନୂଆ ମାମଲାର ଧାରା ନିମ୍ନମୁଖୀ ରହିଛି। ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ରହିଛି ୨କୋଟି ୧୯ହଜାର ୨୬୨ ମୋଟ ପଜିଟିଭ୍ ମାମଲାର ଏହା ୧.୯୩%।

ବର୍ତ୍ତମାନ ଦେଶରେ ଥିବା ମୋଟ ସକ୍ରିୟ ମାମଲାର ୭୭% ରହିଛି ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ। ଦେଶର ମୋଟ ସକ୍ରିୟ ମାମଲାର ୫୮% କେବଳ ଅଛି ଏକାକୀ ମହାରାଷ୍ଟ୍ରରେ। ଅପରପକ୍ଷରେ ଭାରତ ଟିକାକରଣକୁ ୩ କୋଟିରେ ପହଞ୍ଚାଇବା ଦିଗରେ ଦ୍ରୁତଗତିରେ ଚାଲିଛି।

ଏହା ମଧ୍ୟରେ ରହିଛି, ୭୩ଲକ୍ଷ ୫୫ହଜାର ୭୫୫ ଏଚସିଡବ୍ଲୁ (ପ୍ରଥମ ଡୋଜ୍), ୪୩ଲକ୍ଷ ୫ହଜାର ୧୧୮ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୭୩ ଲକ୍ଷ ୪୦ହଜାର ୪୨୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍) ଏବଂ ୧୧ଲକ୍ଷ ୫୦ହଜାର ୫୩୫ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ୪୫ ବର୍ଷରୁ ଅଧିକ ବୟସର ରୋଗାକ୍ରାନ୍ତ ୧୪ଲକ୍ଷ ୬୪ହଜାର ୧୪ ହିତାଧିକାରୀ ଓ ୬୦ ବର୍ଷରୁ ଅଧିକ ବୟସର ୮୨ଲକ୍ଷ ୯୨ହଜାର ୧୯୩ ଜଣ ହିତାଧିକାରୀ।

ସେହିପରି ଭାରତରେ ମୋଟ ୧,୧୦,୦୭,୩୫୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏବେ ଜାତୀୟ ସୁସ୍ଥତା ହାର ରହିଛି ୯୬.୬୮%। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭ହଜାର ୪୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କ ମଧ୍ୟରୁ ୮୪.୧୦% ଅଛନ୍ତି ୬ ରାଜ୍ୟରେ। ମହାରାଷ୍ଟ୍ରରେ ସର୍ବାଧିକ ୮୮୬୧ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

ଏମାନଙ୍କ ମଧ୍ୟରୁ ୮୨.୨୦% ପ୍ରାଣ ହରାଇଛନ୍ତି ୬ଟି ରାଜ୍ୟରେ। ମହାରାଷ୍ଟ୍ରରେ ସର୍ବାଧିକ ୫୦ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ ପଞ୍ଜାବରେ ୨୦ ଜଣ ଏବଂ କେରଳରେ ୧୫ ଜଣ ପ୍ରାଣ ହରାଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ। ଏଗୁଡ଼ିକ ହେଲା ଆସାମ, ଚଣ୍ଡିଗଡ଼, ଜମ୍ମୁ ଏବଂ କାଶ୍ମୀର, ଓଡ଼ିଶା, ଝାଡ଼ଖଣ୍ଡ, ଲାକ୍ଷାଦ୍ୱୀପ, ସିକିମ, ଲଦାଖ, ମଣିପୁର, ଦାଦ୍ରା ଓ ନଗର ହାବେଲି ଏବଂ ଦାମନ ଓ ଡିଉ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ।

[amazon_auto_links id=”10233″]

Share this: