Coronavirus India: ଗତ ୨୪ ଘଣ୍ଟାରେ ୪୬,୯୬୪ ଜଣ ନୂଆ ସଂକ୍ରମିତ, ୪୭୦ ମୃତ

Share this:

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୪୬,୯୬୪ ନୂଆ କରୋନା ପଜିଟିଭ (Corona Virus) ଚିହ୍ନଟ ହୋଇଛନ୍ତି। ଏଥିସହିତ ୪୭୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁସାରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୨୨ ହଜାର ୧୧୧ ରେ ପହଞ୍ଚିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୮୪,୦୮୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୫,୭୦,୪୫୮ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ୭୪ ଲକ୍ଷ ୯୧ ହଜାର ୫୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭାରତରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି। ଏବେ ମୋଟ ପଜିଟିଭ୍ ସଂଖ୍ୟାର ୭.୧୬ % ସକ୍ରିୟ ମାମଲା ଭାବେ ରହିଛି। ଏହା ସହ ଦେଶରେ ଆରୋଗ୍ୟ ହାର ୯୧.୩୪ % କୁ ବୃଦ୍ଧି ପାଇଛି।   

Also Read | Unlock 6.0 ଗାଇଡ୍ ଲାଇନ୍ ଜାରି, ନଭେମ୍ବର ୧୬ରୁ ଖୋଲିବ ସ୍କୁଲ୍‌

Share this: