କନ୍ୟାକୁମାରୀରୁ କଂଗ୍ରେସର ଲୋକସଭା ସାଂସଦ ଏଚ୍ ବସନ୍ତକୁମାରଙ୍କର ନିଧନ, କରୋନାରେ ଥିଲେ ସଂକ୍ରମିତ
ଚେନ୍ନାଇ:ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଲୋକସଭା ସାଂସଦ ଏଚ୍ ବସନ୍ତକୁମାର କରୋନା ଭୂତାଣୁ ସଂକ୍ରମଣ ହେତୁ ମୃତ୍ୟୁ ବରଣ କରିଛନ୍ତି। ସେ ଅଗଷ୍ଟ ୧୦ ରେ, କରୋନା ଭୂତାଣୁ ଚିହ୍ନଟ ହେବା ପରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଆପୋଲୋ ହସ୍ପିଟାଲ କହିଛି ଯେ ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା କିନ୍ତୁ ସଂକ୍ରମଣ ହେତୁ ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହୋଇଗଲା ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି।
H Vasanthakumar was admitted on August 10 with #COVID19 infection. He was treated in Critical Care Unit for severe COVID pneumonia. Despite all active medical measures his condition deteriorated gradually due to COVID complication & passed away today: Apollo Hospitals, Chennai https://t.co/36aTfrEfV4
— ANI (@ANI) August 28, 2020