ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଗତ ତିନି ଦିନ ଧରି ଦେଶରେ ୩୪ ହଜାରରୁ ଅଧିକ ନୂଆ ମାମଲା ଦେଖାଦେଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ର ବିବୃତ୍ତି ଦେଶର ଚିନ୍ତା ବଢେଇ ଦେଇଛି। ଆଇଏମଏ କହିଛି ଯେ ଭାରତରେ କମ୍ୟୁନିଟି ସ୍ପ୍ରେଡ୍ ଆରମ୍ଭ ହୋଇଛି ଆଗକୁ ଆହୁରି ପରିସ୍ଥିତି ଆହୁରି ଖରାପ ହୋଇପାରେ।
ଆଇଏମ୍ଆଇ (ହସ୍ପିଟାଲ୍ ବୋର୍ଡ ଅଫ୍ ଇଣ୍ଡିଆ) ର ସଭାପତି ଡକ୍ଟର ଭି.କେ ମୋଙ୍ଗା କହିଛନ୍ତି ଯେ ଏହା ବର୍ତ୍ତମାନ ସାଂଘାତିକ ଗତିରେ ବଢୁଛି। ପ୍ରତିଦିନ ପ୍ରାୟ ୩୦ ହଜାର ରୁ ଅଧିକ ମାମଲା ଆସୁଛି। ଏହା ଦେଶ ପାଇଁ ବାସ୍ତବରେ ଏକ ଖରାପ ପରିସ୍ଥିତି। କରୋନା ଭୂତାଣୁ ବର୍ତ୍ତମାନ ଗ୍ରାମାଞ୍ଚଳରେ ବ୍ୟାପିବାରେ ଲାଗିଛି, ଯାହା ଏକ ଖରାପ ସଙ୍କେତ ଅଟେ। ଏଥିରୁ ଜଣାପଡୁଛି ଦେଶରେ କରୋନା ର ବିସ୍ତାର (community transmission ) ଆରମ୍ଭ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩୮ହଜାର ୯୦୨ ଟି କରୋନା ରେ ସଂକ୍ରମିତ ହୋଇଥିବାବେଳେ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ସମୁଦାୟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି ପାଇଛି। ଏଥିମଧ୍ୟରୁ ୩ ଲକ୍ଷ ୭୩ ହଜାର ୩୭୯ ସକ୍ରିୟ ମାମଲା ହୋଇଥିବାବେଳେ ୬ ଲକ୍ଷ ୭୭ ହଜାର ୪୨୩ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨୬ ହଜାର ୮୧୬ ଲୋକ ପ୍ରାଣ ହରାଇଛନ୍ତି।
ଡକ୍ଟର ମୋଙ୍ଗା କହିଛନ୍ତି ଯେ କରୋନା ମହାମାରୀ ମାମଲା ସହର ଓ ଗ୍ରାମରେ ପହଞ୍ଚିଛି, ଯେଉଁଠାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ ହେବ। ଆମେ ଏହାକୁ ଦିଲ୍ଲୀରେ ନିୟନ୍ତ୍ରଣ କରୁଛୁ, କିନ୍ତୁ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଗୋଆର ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ କ’ଣ ହେବ ଯାହା ନୂଆ ହଟସ୍ପଟ୍ ହୋଇପାରେ। ସେ କହିଛନ୍ତି ଯେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଯତ୍ନବାନ ହେବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଲୋଡ଼ନ୍ତୁ। ମୋଙ୍ଗା କହିଛନ୍ତି ଯେ ଏହା ଏକ ଭାଇରାଲ୍ ରୋଗ ଯାହା ଅତି ଶୀଘ୍ର ବ୍ୟାପିଥାଏ। ଏହି ରୋଗକୁ ରୋକିବା ପାଇଁ କେବଳ ଦୁଇଟି ବିକଳ୍ପ ଅଛି । ପ୍ରଥମଟି ହେଉଛି ଜନସଂଖ୍ୟାର ୭୦ ପ୍ରତିଶତ ଏହି ରୋଗରେ ସଂକ୍ରମିତ ହୁଅନ୍ତୁ ଏବଂ ସେମାନଙ୍କ ଶରୀର ମଧ୍ୟରେ ଏହାର ମୁକାବିଲା ପାଇଁ ଏକ ପ୍ରତିରୋଧକ ଶକ୍ତି ବିକଶିତ ହେଉ ଏବଂ ଅନ୍ୟ ଏକ ଉପାୟ ହେଉଛି ଏହାର ଟିକା ପ୍ରସ୍ତୁତ ହୋଇଯାଉ।