Breaking Newsଓଡ଼ିଶା ପ୍ରତିବୁଧବାର ମାଲଗୋଦାମ ବନ୍ଦ: କଟକ ମହାନଗର ନିଗମ August 6, 2020 MahimaLive 16 Views behera sahi, cmc, contentment zone, covid-19, COVID-19 LATEST NEWS, covid19, cuttack, cuttack mahanagar nigam, malgodam, odisha, odisha covid-19 cases, odishafightscorona 0 min read Share this: କଟକ: ଓଡ଼ିଶାର ବ୍ୟାବସାୟିକ ପ୍ରାଣକେନ୍ଦ୍ର ମାଲଗୋଦାମ ଏବେ ପ୍ରତିବୁଧବାର ବନ୍ଦ ରହିବ। କଟକ ମହାନଗର ନିଗମ ଏହି ନିଷ୍ପତି ନେଇଛି। ଗତକାଲି ୧୪୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ନୂତନ ନିୟମ ଲାଗୁ କରାଯିବାପାଇଁ ଟ୍ଵିଟ କରି ସୂଚନା ଦିଆଯାଇଛି। ନିୟମ ଅନୁଯାୟୀ ଅଣଅତ୍ୟାବଶ୍ୟକ ଦେକାନ ଓ ଗୋଦାମ ଗୁଡ଼ିକ ସକାଳ ୭ଟାରୁ ୧୦ଟା ଏବଂ ହୋଲସେଲିଂ ଗୋଦାମଗୁଡ଼ିକ ଦିନ ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ଖୋଲା ରହିବ। କିନ୍ତୁ ଖୁଚୁରା ଦୋକାନଗୁଡ଼ିକ ଦିନ ୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି କଟକରୁ ୧୪୩ଜଣ କରୋ6ନା ପଜିଟିଭ ଚିହ୍ନଟ ହୋଇଥିଲେ। କଟକ ବେହେରା ସାହି କଣ୍ଟେନମେଣ୍ଟ ଜୋନ୍ରୁ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ଥିଲା। ବେହେରା ସାହି ନିକଟରେ ମାଲଗୋଦାମ୍ ଅବସ୍ଥିତ ଥିବାରୁ ଏଭଳି ନିଷ୍ପତି କଟକ ମହାନଗର ନିଗମ ପକ୍ଷରୁ ନିଆଯାଇଥିବା ସୂଚନା ମିଳିଛି । From The Web Share this: