Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ

Share this:

ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ କରିଛି।

ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍‌ ଟାଇମ୍‌ (Over Time) ବଢ଼ାଇ ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। କିଛି ସୁରକ୍ଷା କର୍ମଚାରୀଙ୍କୁ ଧମକଚମକ ଦେଇ ମଧ୍ୟ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏଥିରେ ଅତିଷ୍ଠ ହୋଇ ଜଣେ ସୁରକ୍ଷା କର୍ମଚାରୀ ମହେଶ ନାଏକ କିଛିଦିନ ପୂର୍ବେ ସିବିଆଇରେ ଅଭିଯୋଗ କରିଥିଲେ।

ଗତକାଲି ମାସର ଶେଷଦିନ ହୋଇଥିବାବେଳେ ଜୟନ୍ତ ବାରିକ ତାଙ୍କୁ ଖଣି ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରକୁ ଡାକିଥିଲେ। ପୂର୍ବରୁ ମହେଶଙ୍କର ଓଟି କରାଇଦେବାକୁ କହି ତାଙ୍କୁ ୪ ହଜାର ୫୦୦ ଟଙ୍କା ମାଗିଥିଲେ। କିନ୍ତୁ ସେ ୩ ହଜାର ଟଙ୍କା ଦେବେ ବୋଲି ରାଜି ହୋଇଥିଲେ। ସିବିଆଇର ପୂର୍ବ ପ୍ରସ୍ତୁତି ଅନୁସାରେ ମହେଶ ନାଏକ ୩ ହଜାର ଟଙ୍କା ଜୟନ୍ତଙ୍କୁ ଧରାଇ ଦେଇଥିଲେ। ପୂର୍ବରୁ ସେଠାରେ ଜଗି ରହିଥିବା ସିବିଆଇର ୧୦ ଜଣିଆ ଟିମ୍‌ ଜୟନ୍ତଙ୍କୁ କାବୁ କରିବା ସହ ସେ ଲାଞ୍ଚ ନେଇଥିବା ୩ ହଜାର ଟଙ୍କା ସହିତ ଓଟି ପକାଇବା ପାଇଁ ଜୟନ୍ତ ରଖିଥିବା ଟିପାଖାତା ଜବତ କରିଥିଲେ। ପରେ ଜୟନ୍ତଙ୍କୁ ସିବିଆଇ ଗିରଫ କରିବା ସହିତ କଳମଛୁଇଁ ସ୍ଥିତ ତାଙ୍କ ବାସବନରେ ଚଢ଼ଉ କରିଛି।

Read Also | Odisha Board Examination 2022: ବୋର୍ଡ଼ ଓ ପରିଷଦର ରିପୋର୍ଟ ପରେ ଦଶମ ଓ +2 ବୋର୍ଡ଼ ପରୀକ୍ଷା ପାଇଁ ନିଆଯିବ ନିଷ୍ପତ୍ତି

Share this: