Angul News:ଅନୁଗୁଳ ଜିଲ୍ଲାରେ କମିଲା କରୋନା ସଂକ୍ରମଣ, ଆଜି ୯୩ ଜଣ ପଜିଟିଭ ଚିହ୍ନଟ

Share this:

ଅନୁଗୁଳ: ଅନୁଗୁଳ ଜିଲ୍ଲା (Angul District) ପାଇଁ ଖୁସିଖବର ବହୁତ ଦିନ ପରେ ଜିଲ୍ଲାରେ ଦୈନିକ କରୋନା (Coronavirus) ସଂକ୍ରମଣ ଶହେ ତଳକୁ ଖସିଛି। ଯାହାକି ଜିଲ୍ଲାପାଇଁ ଆଶ୍ଵସ୍ତି ଆଣିଛି। ଆଜି ଜିଲ୍ଲାରେ ୯୩ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ୪୮୬ ରେ ପହଞ୍ଚିଛି।

 ଆଜି ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ୧୫ଜଣ, କଣିହାଁ ବ୍ଳକ୍ ଅଂଚଳରୁ ୧୩ଜଣ, ବଅଁରପାଳ ବ୍ଲକ୍ ଅଂଚଳରୁ ୧୨ଜଣ, ଅନୁଗୁଳ ପୌରାଞ୍ଚଳରୁ ୧୧ଜଣ, ଛେଣ୍ଡିପଦା ବ୍ଳକ୍ ଅଂଚଳରୁ ୧୦ଜଣ, ଅନୁଗୁଳ ବ୍ଲକ ଅଂଚଳରୁ ୮ଜଣ, କିଶୋରନଗର ବ୍ଳକ୍ ଅଂଚଳରୁ ୭ଜଣ, ତାଳଚେର ପୌରାଞ୍ଚଳରୁ, ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୫ଜଣ, ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୪ଜଣ ଓ ପାଳଲହଡା ବ୍ଳକ୍ ଅଂଚଳରୁ ୨ଜଣ ଅଛନ୍ତି।

ଜିଲ୍ଲାରୁ ଚିହ୍ନଟ ହୋଇଥିବା ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ଅନ୍ୟମାନଙ୍କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୧୫୪ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ୧୭୦ଜଣ ମୃତ୍ୟୁବରଣ କଲେଣି ଏବଂ ଆଜି ସୁଦ୍ଧା ୨ ଲକ୍ଷ ୭୬ହଜାର ୫୮୫ଜଣଙ୍କୁ ଟିକା ଦିଆଗଲାଣି।

Associates_OnePLus_Family_2148x588

Also Read | Odisha:ଆଜି ରାଜ୍ୟରୁ ନୂଆ ୩୪୦୮ ଜଣ Covid ପଜିଟିଭ ଚିହ୍ନଟ,ମୋଟ ୯ ଲକ୍ଷ ପାର

Share this:

Leave a Reply

Your email address will not be published. Required fields are marked *