ଜୁଲାଇ ୯ ରୁ ଆରମ୍ଭ ହେଉଥିବା ବିପିୟୁଟି ଶେଷ ସେମିଷ୍ଟାର ଅନଲାଇନ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ଅସନ୍ତୋଷ

Share this:

ଜୁନ ୨୭ ରେ ବିପିୟୁଟି କତୃପକ୍ଷ ଫାଇନାଲ ପରୀକ୍ଷା ପାଇଁ ନୋଟିସ ପ୍ରକାଶିତ କରିଛନ୍ତି। ଯାହାକି ଆସନ୍ତା ଜୁଲାଇ ୯ ରୁ ଆରମ୍ଭ ହେବ। ପ୍ରକାଶିତ ନୋଟିସ ରେ ପରୀକ୍ଷା ପଦ୍ଧତି କୁ ନେଇ ଛାତ୍ରୀଛାତ୍ର ସୋସିଆଲ ମିଡିଆ ଟ୍ୱିଟର #BPUTStopKaroNa  ରେ  ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଛାତ୍ରୀଛାତ୍ର ଙ୍କ ଅଭିଯୋଗ ଅନୁସାରେ, ବିପିୟୁଟି ତେଲେଙ୍ଗାନା ର ଯେଉଁ କମ୍ପାନୀ କୁ  ଅନଲାଇନ ପରୀକ୍ଷା ର ଦାୟିତ୍ଵ ଦେଇଛି ତା’ ନାରେ ପରୀକ୍ଷା ବିଭ୍ରାଟ ନେଇ ବହୁ ଅଭିଯୋଗ ହୋଇଛି। ଯାହା କୁ ନେଇ ଛାତ୍ରୀଛାତ୍ର ଙ୍କ ମନରେ ପରୀକ୍ଷା ଫଳ କୁ ନେଇ ଆଶଂକା ପ୍ରକାଶ ପାଇଛି। ତା’ ସହିତ ପରୀକ୍ଷା ର ଠିକ ସପ୍ତାହେ ପୂର୍ବରୁ ଏମ ସି କ୍ୟୁ  ପଦ୍ଧତି ରେ ପରୀକ୍ଷା ଦେବାକୁ କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଛାତ୍ରୀଛାତ୍ର ଅଭିଯୋଗ କରିଛନ୍ତି। କାରଣ ପୂର୍ବରୁ ସବଜେକ୍ଟଟିଭ ପରୀକ୍ଷା ପାଇଁ ଛାତ୍ରୀଛାତ୍ର ନିଜକୁ ପ୍ରସ୍ତୁତ କରିଛନ୍ତି।

ପରୀକ୍ଷା ବିଜ୍ଞପ୍ତି ଅନୁସାରେ,ଅନଲାଇନ ପରୀକ୍ଷା ପାଇଁ ବ୍ୟବହୃତ ହେବାକୁ ଥିବା ଲାପଟପ ବା ଡେସ୍କଟପ ର କନଫିଗୁରେସନ କୁ ନେଇ ପ୍ରଶ୍ନ କରିଛନ୍ତି । ତା’ ସହିତ ଇଣ୍ଟରନେଟ୍ ର ସ୍ପୀଡ଼ ଏକ ଏମବିପିଏସ ରୁ ଅଧିକ ହେବା ଜରୁରୀ ବୋଲି କୁହାଯାଇଛି, ଯାହାକି ଓଡ଼ିଶାର ସବୁ ସ୍ଥାନରେ ସେଇ ସ୍ପୀଡ଼ ରେ ନେଟ୍ ମିଳିବା ଅସମ୍ଭବ। ତା,ସହିତ ନିରବଛିନ୍ନ ଭାବେ ୩ ଘଣ୍ଟା ର ବିଦ୍ୟୁତ ସଂଯୋଗ ରହିବା ଆବଶ୍ୟକ । ଅଧିକାଂଶ ଛାତ୍ରୀଛାତ୍ର ଙ୍କ ଲାପଟପ ହଷ୍ଟେଲ ରେ ହିଁ ରହିଯାଇଛି।

କୋଭିଡ଼-୧୯  ସଂକ୍ରମଣ ହେତୁ ଚଳିତ ବର୍ଷ ରାଜ୍ୟରେ ପୂର୍ବରୁ ଯୁକ୍ତ ତିନି , ସ୍ନାତକୋତ୍ତର ସହିତ ସିବିଏସଇ ବୋର୍ଡ ପରୀକ୍ଷା ବାତିଲ ହୋଇଥିବା ବେଳେ ବିପିୟୁଟି କିପରି ପରୀକ୍ଷା ଆୟୋଜନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ? ପୂର୍ବ ସେମିଷ୍ଟାର ମାର୍କ ଅନୁସାରେ ଛାତ୍ରୀଛାତ୍ର ମାନଙ୍କୁ ଉତ୍ତୀର୍ଣ୍ଣ କରାଯାଉବୋଲି ଦାବି କରିଛନ୍ତି।

ଦେଶର ଅନ୍ୟ ଜାତୀୟ ସ୍ତରୀୟ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଆପଣେଇଥିବା ନରମାଲାଇଜେସନ ପଦ୍ଧତି କୁ ବିପିୟୁଟି କତୃପକ୍ଷ ଲାଗୁ କରୁନ୍ତୁ ବୋଲି ଛାତ୍ରୀଛାତ୍ର ଅନୁରୋଧ କରିଛନ୍ତି।

Share this: