୩୬ ଜଣ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ

Share this:

ତୃଣମୂଳ ସ୍ତରରୁ ବିଜୁ ଜନତା ଦଳକୁ ସୁସଂଗଠିତ କରିବା ନିମନ୍ତେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ୩୬ ଜଣ ସକ୍ରିୟ ନେତାଙ୍କୁ ବିଜୁ ଜନତା ଦଳର ରାଜ୍ୟ ସ୍ତରୀୟ ସାଧାରଣ ସଚିବ ଭାବରେ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଦଳ ସୁଦୃଢ ହେବା ସହ ସରକାରୀ ସୁବିଧା ସୁଯୋଗ ଲୋକମାନଙ୍କ ନିକଟରେ ସହଜରେ ପହଁଚି ପାରିବ ।

ବିଜେଡି ଦଳରେ ମୋଟ ୩୬ଜଣଙ୍କୁ ସାଧାରଣ ସମ୍ପାଦକ ପଦ ସହ ଦଳର ବିଭିନ୍ନ କ୍ଷେତ୍ର ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ସାଧାରଣ ସମ୍ପାଦକ ଭାବେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସଶକ୍ତ ଓଡ଼ିଶା, ଚନ୍ଦ୍ରସାରଥୀ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ମନୋହର ରନ୍ଧାରୀଙ୍କୁ ସଶକ୍ତ ଓଡ଼ିଶା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କୁ ସାମାଜିକ ବିକାଶ, ଜଗନ୍ନାଥ ସାରକାଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ, ମହମ୍ମଦ ଆୟୁବ ଖାଁଙ୍କୁ ସଂଖ୍ୟାଲଘୁ, ଦେବେଶ ଆଚାର୍ୟ୍ୟଙ୍କୁ ମୋ’ ପରିବାର, ଉମାକାନ୍ତ ସାମନ୍ତରାୟଙ୍କୁ ସାମାଜିକ ବିକାଶ, ବ୍ୟୋମକେଶ ରାୟଙ୍କୁ ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନାଙ୍କୁ ସଶକ୍ତ ଓଡ଼ିଶା, ସୁଧୀର କୁମାର ସାମଲଙ୍କୁ ମୋ’ ପରିବାର, ସସ୍ମିତ ପାତ୍ରଙ୍କୁ ମୋ’ ପରିବାର, ବିକ୍ରମ ପଣ୍ଡାଙ୍କୁ ମୋ’ ପରିବାର, ଯୋଗେଶ ସିଂଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ବିଜୟ କୁମାର ନାୟକଙ୍କୁ ଆଞ୍ଚଳିକ ବିକାଶ, ପ୍ରଫୁଲ ସିଂଙ୍କୁ ସାମାଜିକ ବିକାଶ, ଦେବାଶୀଷ ମାର୍ଣ୍ଡିଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ମାନସ ମଙ୍ଗରାଜଙ୍କୁ ମିଡିଆ ବ୍ୟାପାର, ପ୍ରିୟଦର୍ଶୀ ମିଶ୍ରଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବଚରଣ ସାହୁଙ୍କୁ ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ ଯୁବ ବ୍ୟାପାର, ରାଜୀବ ଲୋଚନ ସାହୁଙ୍କୁ ସାମାଜିକ ବିକାଶ, ଜନ୍ମେଜୟ ଲେଙ୍କାଙ୍କୁ କଳା,ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ବିଶ୍ୱଜିତ୍ ମହାନ୍ତିଙ୍କୁ ସଶକ୍ତ ଓଡ଼ିଶା, ସତ୍ୟବ୍ରତ ପାତ୍ରଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଶାରଦା ପ୍ରସନ୍ନ ଜେନାଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ପ୍ରମୋଦ କୁମାର ଜେନାଙ୍କୁ ପରିବେଶ, ଶ୍ୟାମପ୍ରସାଦ ବେହେରାଙ୍କୁ ଆଞ୍ଚଳିକ ବିକାଶ, ଶ୍ରୀମୟୀ ମିଶ୍ରଙ୍କୁ ମହିଳା ସଶକ୍ତିକରଣ, ବାସନ୍ତୀ ହେମ୍ବମ୍ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ସ୍ନେହାଙ୍ଗିନୀ ଛୁରିଆଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ, ରାଜଶ୍ରୀ ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ , ରାସେଶ୍ୱରୀ ପାଣିଗ୍ରାହୀ ଆଞ୍ଚଳିକ ବିକାଶ, ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମହିଳା ସଶକ୍ତିକରଣ, ଗୀତା ବସ୍ତିଆଙ୍କୁ ମହିଳା ସଶକ୍ତିକରଣ ଓ ଗୀତାଞ୍ଜଳି ସେଠୀଙ୍କୁ ଅନୁସୂଚିତ ଜନଜାତି ସଶକ୍ତିକରଣ ଦାୟିତ୍ୱ ଦିଆଯାଇଛି।

FROM THE WEB

Share this: