Breaking Newsଓଡ଼ିଶା ବିଲୁଙ୍ଗ ଗ୍ରାମର ନୂଆ ନାଁ ‘ରଙ୍ଗବତୀ ବିଲୁଙ୍ଗ’ July 22, 2020 MahimaLive 16 Views 0 min read Share this: ସମ୍ବଲପୁର: ଭାରତ ସରକାର ଙ୍କ ଅନୁମତି କ୍ରମେ ସମ୍ବଲପୁର ଜିଲ୍ଲାର ବାମରା ତହସିଲ ଅଧୀନରେ ଥିବା ବିଲୁଙ୍ଗ ଗ୍ରାମର ନୂଆ ନାମକରଣ କରାଯାଇଥିବା ସୂଚନା ରହିଛି। ‘ରଙ୍ଗବତୀ’ ଏକ ଗାଁର ନାଁ ପାଲଟି ଯାଇଛି। ବିଲୁଙ୍ଗ ହେଉଛି ଓଡ଼ିଶାର ଏକ ବହୁ ପରିଚିତ ଗୀତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ। ଏବେ ଏହା ରଙ୍ଗବତୀ ବିଲୁଙ୍ଗ ନାମରେ ନାମିତ ହୋଇଛି । ଏହି ଗୀତର ସଂଗୀତକାର ପ୍ରଭୁଦତ୍ତ ପ୍ରଧାନ ଓ ଗୀତିକାର ମିତ୍ରଭାନୁ ଗୌନ୍ତିଆ ଏବଂ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଓ କ୍ରିଷ୍ଣା ପଟେଲ୍।ଏହି ଗୀତଟିକୁ ପ୍ରଥମେ ୧୯୭୫-୭୬ ମସିହାରେ ଅଲ୍ ଇଣ୍ଡିଆ ରେଡିଓ ସମ୍ବଲପୁରରେ ରେକର୍ଡ କରାଯାଇଥିଲ। ପରେ ୧୯୭୬ ରେ ଗ୍ରାମଫୋନ ଫର୍ମାଟରେ ରେକର୍ଡ କରାଯାଇଥିଲା ରଙ୍ଗବତୀ ଓଡ଼ିଶା ବ୍ୟତୀତ ପଡୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ବେଶ ପରିଚିତ। ସୂଚନାଯୋଗ୍ୟ ,୨୦୦୪ ମସିହାରୁ ଗୀତିକାର ଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରିବାକୁ ଦାବି ହୋଇଆସୁଥିଲା। From The Web Share this: