‘ବଡ଼ଭାଇ’ ନଦୀୟା ବିହାରୀ ମହାନ୍ତିଙ୍କ ପରଲୋକ

Share this:

କଟକ: ଶିଶୁ ସାହିତ୍ୟିକ ତଥା ଆକାଶବାଣୀ କଟକ କେନ୍ଦ୍ରର ଲୋକପ୍ରିୟ ଶିଶୁ କାର୍ଯ୍ୟକ୍ରମ “ଶିଶୁ ସଂସାର’’ର ଉପସ୍ଥାପକ ବଡ଼ଭାଇ ନଦିୟା ବିହାରୀ ମହାନ୍ତିଙ୍କ କଟକରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେ ‘ବଡ଼ଭାଇ’ ନାମରେ ସାରା ଓଡ଼ିଶାର ଶ୍ରୋତାମହଲରେ ବେଶ ପରିଚିତ ଥିଲେ।

୧୯୩୧ ମସିହାରେ ନଦୀୟା ବିହାରୀ ମହାନ୍ତି ଜନ୍ମ ଗ୍ରହଣ କରିଥିଲେ। ତାଙ୍କର କଣ୍ଠସ୍ଵର ଶ୍ରୋତାଙ୍କ ମହଲରେ ବେଶ ଆଦୃତ ଥିଲା। ଶିଶୁମାନଙ୍କ ପାଇଁ ସେ ଅନେକ କ୍ଷୁଦ୍ରଗଳ୍ପ, କବିତା ଆଦି ରଚନା କରିଥିଲେ। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ୨୦୧୩ ମସିହାରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ସେ ରାଜ୍ୟର ଲୋକପ୍ରିୟ ଶିଶୁ ପତ୍ରିକା ମନପବନ ଓ ମୀନାବଜାରରେ ନିୟମିତ ଲେଖୁଥିଲେ। ତାଙ୍କ ବିୟୋଗରେ ଆକାଶବାଣୀ, ଶ୍ରୋତା ମହଲ ଏବଂ ଶିଶୁ ସାହିତ୍ୟିକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Also Read:

ବରିଷ୍ଠ ଅଭିନେତା ଅଜିତ ଦାସଙ୍କ ପରଲୋକ

Share this: