Angul Covid Updates: ଅନଗୁଳରୁ ଆଜି ୬୫ଜଣ କରୋନା ପଜିଟିଭ ଚିହ୍ନଟ
ଅନୁଗୁଳ: ଗତ କିଛିଦିନ ଧରି ଅନୁଗୁଳରେ କରୋନା (Covid-19) ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ବଢୁଛି। ଆଜି ଜିଲ୍ଲାରୁ ୬୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବାହାରୁ ଏଠାରେ ନମୁନା ଦେଇଥିବା କୌଣସି ଲୋକଙ୍କର ରିପୋର୍ଟ୍ ପଜିଟିଭ ଚିହ୍ନଟ ହୋଇନାହିଁ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧୪ଜଣ, ତାଳଚେର ପୌରାଞ୍ଚଳରୁ ୧୨ଜଣ, କଣିହାଁ ବ୍ଲକ ଅଞ୍ଚଳରୁ ୧୦ଜଣ, ଅନୁଗୁଳ ସହରରୁ ୧୦ଜଣ ଓ ବଅଁରପାଳ ବ୍ଳକ୍ ଅଂଚଳରୁ ୯ଜଣ ଅଛନ୍ତି। ସେହିପରି ତାଳଚେର ବ୍ଲକ୍ ଅଂଚଳରୁ ୪ଜଣ, କିଶୋରନଗର ବ୍ଲକ୍ ଅଂଚଳରୁ ୪ଜଣ, ଅନୁଗୁଳ ବ୍ଲକରୁ ଜଣେ, ଆଠମଲ୍ଲିକ ବ୍ଲକରୁ ଜଣେ ଓ ପାଳଲହଡା ବ୍ଳକରୁ ଜଣେ ସଂକ୍ରମିତ ହୋଇଥିବା ଜଣାପଡିଛି। ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବାବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତମାନଙ୍କୁ ନିଜ ଘରେ ଏକାନ୍ତବାସରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି।
ସେହିପରି ଜିଲ୍ଲାରୁ ୫ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ କରୋନା କଟକଣା ପାଳନ ଉପରେ ଗୁରୁତ୍ଵାରୋପ କରିଛନ୍ତି। ଏଥିସହିତ ଜନସାଧାରଣଙ୍କୁ ମାସ୍କ ପରିଧାନ, ସାମାଜିକ ଦୂରତା ଅବଲମ୍ବନ ଓ ନିୟମିତ ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି।
[amazon_auto_links id=”10233″]
Also Read | ଛାତ୍ରମାନଙ୍କ ଆବଶ୍ୟକତା ପୂରଣ ଦିଗରେ ବିଶ୍ୱବିଦ୍ୟାଳୟଗୁଡିକରେ ବିବିଧ ବିଷୟ ରହିବା ଆମେ ଚାହୁଁ: ପ୍ରଧାନମନ୍ତ୍ରୀ ମୋଦୀ