Angul Covid19: ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୫୩୨ ଜଣ କରୋନା ପଜିଟଭ ଚିହ୍ନଟ, ସୁସ୍ଥ ହେଲେ ୩୯୩
ଅନୁଗୁଳ: ଅନୁଗୁଳ (Angul) ଜିଲ୍ଲାରେ କରୋନା ଭୂତାଣୁ (Corona Virus) ତାର ତୀବ୍ରତା ବଜାୟ ରଖିଛି। ଆଜି ଅନୁଗୁଳ ଜିଲ୍ଲାରେ ୫୩୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଜଣାପଡିଛି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୮ ୩୩୧ରେ ପହଞ୍ଚିଲା ସେହିପରି ଅନ୍ୟ ଜିଲ୍ଲାରୁ ଅନୁଗୁଳରେ ସ୍ଵାବ ନମୁନା ଦେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସମୁଦାୟ ଆକ୍ରାନଂକ ସଂଖ୍ୟା ୪୩୪ ର ପହଂଚିଛି।
ଆଜି ଅନୁଗୁଳ ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଂକ ମଧ୍ୟରେ ବଅଁରପାଳ ବ୍ଳକ୍ ଅଂଚଳରୁ୧୧୯ଜଣ (୭୮ଜଣ ପୁରୁଷ ଓ ୪୧ଜଣ ମହିଳା), ଛେଣ୍ଡିପଦା ବ୍ଲକ୍ ଅଂଚଳରୁ ୮୨ଜଣ (୬୦ଜଣ ପୁରୁଷ ଓ ୨୨ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ ୬୫ଜଣ (୪୩ଜଣ ପୁରୁଷ ଓ ୨୨ଜଣ ମହିଳା), କିଶୋରନଗର ବ୍ଲକ୍ ଅଂଚଳରୁ ୪୪ଜଣ (୩୧ଜଣ ପୁରୁଷ ଓ ୧୩ଜଣ ମହିଳା), ଅନୁଗୁଳ ବ୍ଳକ୍ ଅଂଚଳରୁ ୪୩ଜଣ (୨୬ଜଣ ପୁରୁଷ ଓ୧୭ ଜଣ ମହିଳା), କଣିହାଁ ବ୍ଳକ୍ ଅଂଚଳରୁ ୪୩ଜଣ (୨୭ଜଣ ପୁରୁଷ ଓ ୧୬ଜଣ ମହିଳା), ଆଠମଲ୍ଲିକ ବ୍ଲକ୍ ଅଂଚଳରୁ ୪୨ଜଣ (୩୭ଜଣ ପୁରୁଷ ଓ ୫ଜଣ ମହିଳା), ତାଳଚେର ବ୍ଲକ ଅଂଚଳରୁ ୩୩ଜଣ ( ୨୦ଜଣ ପୁରୁଷ ଓ୧୩ ଜଣ ମହିଳା), ପାଳଲହଡା ବ୍ଳକ୍ ଅଂଚଳରୁ ୨୫ଜଣ (୧୬ଜଣ ପୁରୁଷ ଓ ୯ଜଣ ମହିଳା), ତାଳଚେର ପୌରାଞ୍ଚଳରୁ ୨୩ଜଣ (୧୫ ଜଣ ପୁରୁଷ ଓ ୮ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଂଚଳ ପରିଷଦରୁ ୧୩ଜଣ (୮ଜଣ ପୁରୁଷ ଓ ୫ଜଣ ମହିଳା) ଅଛନ୍ତି।
ଆଜି ଚିହ୍ନଟ ହୋଇଥିବା ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡ ଓ ୮୫ ଜଣଙ୍କୁ ତାଳଚେର କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଵଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହିନ ଆକ୍ରାନ୍ତମାନଙ୍କୁ ନିଜ ଘରେ Isolation ରେ ରଖାଯାଇ ନିରିକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ପ୍ରକାଶ କରିଛନ୍ତି। ଆଜି ଅନୁଗୁଳ ଜିଲ୍ଲାରୁ ୩୯୩ ଜଣ ସୁସ୍ଥ ହୋଇଛନ୍ତି।
ଅପରାହ୍ନରେ ଜିଲ୍ଲାପାଳ ଜିଲ୍ଲାରେ କୋଭିଡ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଅକ୍ସିଜେନ ଟ୍ୟାକର ଗୁଡିକୁ ଆଂଚଳିକ ପରିବହନ ଅଧିକାରୀ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଅନୁଗୋଳ ଜିଲ୍ଲା କୋଭିଡ କେୟାର ହସପିଟାଲକୁ ବନ୍ଦ କରାଯାଇ ଆସନ୍ତାକାଲି ଠାରୁ ସେଠାରେ ଆଇସୋଲେସନ୍ ୱାର୍ଡ ଚାଲିବ। ତାଳଚେର କୋଭିଡ ହସପିଟାଲକୁ ଡାକ୍ତର,ନର୍ସ ଓ ଆଟେଣ୍ଡାଣ୍ଟ ନିୟମିତ ଦିନକୁ ଥରେ ପରିଦର୍ଶନ କରିବେ। ଅନୁଗୋଳକୁ ୨ଗୋଟି,ଆଠମଲ୍ଲିକ ଓ ପାଳଲହଡାକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦିଲ୍ଲିପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ଅଭୟ କୁମାର ଦାଶ ଓ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ।
Also Read | Corona Virus 3rd Wave:ପୁଣି ଆସିବ କରୋନାର ତୃତୀୟ ଲହର, ଶୀତଦିନ ହୋଇପାରେ ଅଧିକ ବିପଦଜ୍ଜନକ: ବୈଜ୍ଞାନିକ