ଆଜି ଅନୁଗୋଳ ଜିଲ୍ଲାରୁ ୯୧ଜଣ କରୋନା ପଜିଟିଭ ଚିହ୍ନଟ; ମୋଟ ୧୭୩୧ରେ

Share this:

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ କାରୋନା ଭାଇରସ (Corona Virus) ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଆଜି ଜିଲ୍ଲାରୁ ୯୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ପଜିଟିଭ ସଂଖ୍ୟା ୧୭୩୧ରେ ପହଁଚିଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅନୁଗୋଳ ପୌରପାଳିକା ଅଞ୍ଚଳରୁ ସର୍ବାଧିକ ୨୮ (୨୪ ଜଣ ପୁରୁଷ ୪ ଜଣ ମହିଳା), ତାଳଚେର ବ୍ଲକ ଅଞ୍ଚଳ ରୁ ୧୫ ଜଣ (୯ ପୁରୁଷ ୬ ମହିଳା) ତାଳଚେର ପୌରାଞ୍ଚଳ ରୁ ୯ ଜଣ (୪ ପୁରୁଷ ୫ ମହିଳା) କିଶୋର ନଗର ବ୍ଲକ ଅଞ୍ଚଳ ରୁ ୯ଜଣ (୬ଜଣ ପୁରୁଷ ୩ ଜଣ ମହିଳା), ପାଲଲହଡା ବ୍ଲକ ଅଞ୍ଚଳ ରୁ ୭ ଜଣ (୫ପୁରୁଷ ୨ ଜଣ ମହିଳା) ଅନୁଗୋଳ ବ୍ଲକ ଅଞ୍ଚଳ ରୁ ୭ ଜଣ (୭ ଜଣ ପୁରୁଷ ), ବଅଁରପାଳ ବ୍ଲକ ଅଞ୍ଚଳ ରୁ ୭ ଜଣ (୫ପୁରୁଷ ୨ ଜଣ ମହିଳା) କଣିହାଁ ବ୍ଲକ ଅଞ୍ଚଳରୁ ୫ ଜଣ (୪ ପୁରୁଷ,ଜଣେ ମହିଳା) ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୩ (୨ ପୁରୁଷ ଜଣେ ମହିଳା) ଓ ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଜଣେ ମହିଳା ଅଛନ୍ତି। ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣା ପଡ଼ିଛି।

ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ଵଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ସୁସ୍ଥ ହୋଇଥିବା ୧୬ ଜଣଙ୍କୁ ନିଜ ଘରେ ଆଇସୋଲେଶନ ରେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୫୮୨ଜଣଙ୍କୁ ମିଶାଇ ସୁସୁ ଙ୍କ ସଂଖ୍ୟା ୫୯୮ ରେ ପହଁଚିଲା।

Also Read:

ଯେପର୍ଯ୍ୟନ୍ତ କାରୋନା ଟୀକା ଆସିନାହିଁ, ସେପର୍ଯ୍ୟନ୍ତ କଟକଣାରେ କୋହଳ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ଦେଶରେ ୨୪ ଘଣ୍ଟାରେ ରେକର୍ଡ ୯୭,୫୭୦ କରୋନା ସଂକ୍ରମିତ,୧୨୦୧ ମୃତ୍ୟୁ

Share this: