ଅନୁଗୋଳରୁ ପୁଣି ୪୨ କରୋନା ପଜିଟିଭ ଚିହ୍ନଟ,କେବଳ ଶିଳ୍ପାଞ୍ଚଳରୁ ଅଧା

Share this:

ଅନୁଗୋଳ:ଅନୁଗୋଳ ଜିଲ୍ଲାରୁ ମଙ୍ଗଳବାର ପୁଣି ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୬୯୧ ରେ ପହଞ୍ଚିଛି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଓ ଏହାର ନିକଟସ୍ଥ ଶିଳ୍ପାଞ୍ଚଳରୁ ୨୧ ଜଣ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ଜଣ ପରୁଷ ଝାଡଖଣ୍ଡରୁ ଫେରିଥିବା ବେଳେ ୨ ଜଣ ପଶ୍ଚିମବଙ୍ଗ ଓ ଅନ୍ୟ ସମସ୍ତ ୧୭ ଜଣ ଆକ୍ରାନ୍ତ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।

କଣିହାଁ ଅଞ୍ଚଳର ୬ଜଣ ପୁରୁଷ, ତାଳଚେର ବ୍ଲକ ଅଞ୍ଚଳର ୫ଜଣ ପୁରୁଷ ଓ କିଶୋରନଗର ବ୍ଲକ ଅଞ୍ଚଳର ୪ଜଣ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି। ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତ ପୁରୁଷଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଶିଳ୍ପାଞ୍ଚଳର( Industrial Area ) ଓ  ଜଣେ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୁଳ ପୌରାଞ୍ଚଳ , ଆଠମଲ୍ଲିକ ବ୍ଲକ ଓ ପାଲଲହଡା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ପୁରୁଷ ଚିହ୍ନଟ ହୋଇଥିବା ବେଳେ ଏମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରା ଯାଇଥିବା ବେଳେ ଲକ୍ଷଣ ବିହୀନ ଓ ସ୍ୱଳ୍ପ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନକୁ ନିଜ ଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି।  ଏହା ମଧ୍ୟରେ ୩ ଜଣ ସୁସ୍ଥ ହୋଇଥିବା ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଥିବା ବେଳେ ସେମାନଙ୍କୁ  ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆ ଯାଇଛି। ଆଜି ଆଉ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଜିଲ୍ଲାର ସୁସ୍ଥଙ୍କ ସଂଖ୍ୟା ୪୩୮ ରେ ପହଞ୍ଚିଛି।

Also Read:

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

Online ଟ୍ରେନ ଟିକେଟ କରିଥିବା ୭ ଲକ୍ଷ ବ୍ୟବହାରକାରୀ ଯାତ୍ରୀଙ୍କ ଡାଟା ଲିକ!:ରିପୋର୍ଟ୍

Share this: