ଅନୁଗୋଳ ଜିଲ୍ଲାରୁ ୪୦ ଜଣ କରୋନା ପଜିଟିଭ ଚିହ୍ନଟ ,ମୋଟ ୬୧୯

Share this:

ଅନୁଗୋଳ :ଅନୁଗୋଳ ଜିଲ୍ଲାରେ ଶୁକ୍ରବାର ଦିନ ପୁଣି ୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ବଅଁରପାଳ ବ୍ଲକ ଅଞ୍ଚଳରୁ ୧୭ ଜଣ ,ତାଳଚେର ବ୍ଲକ ଅଞ୍ଚଳରୁ ୧୧ଜଣ, ଅନୁଗୋଳ ପୌରାଞ୍ଚଳରୁ ୨ଜଣ , ଅନୁଗୋଳ ବ୍ଲକ ଅଞ୍ଚଳରୁ ୫ଜଣ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଚିହ୍ନଟ ହୋଇଛନ୍ତି।

ବଅଁରପାଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୯ଜଣ ପୁରୁଷ ଓ ୮ଜଣ ମହିଳା ଅଛନ୍ତି। ତାଳଚେର ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୧ଜଣଙ୍କ ମଧ୍ୟରୁ ୪ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ଅନୁଗୋଳ ପୈାରଞ୍ଚଳରୁ ଚିହ୍ନଟ ହୋଇଥିବା ୨ଜଣ ପୁରୁଷଙ୍କ ମଧ୍ୟରୁ ୨ଜଣ ପୃଥକ ଭାବେ ଭୁବନେଶ୍ଵରର ଦୁଇଟି ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।

ଅନୁଗୋଳ ବ୍ଲକ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୫ଜଣଙ୍କ ମଧ୍ୟରେ ୪ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। ସେହିପରି ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଏକ ୱାର୍ଡରୁ ଜଣେ ମହିଳା କରୋନା ପଜିଟିଭ ହୋଇଥିବା ପଡିଛି। ସମସ୍ତ ଲକ୍ଷଣ ବିହିନ ଓ ସାମାନ୍ୟ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯିବା ସହ ଲକ୍ଷଣଯୁକ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଇତି ମଧ୍ୟରେ ତାଳଚେର କୋଭିଡ ହସପିଟାଲରୁ ସୁସ୍ଥ ହୋଇଥିବା ୫ଜଣଙ୍କୁ ନିଜଘରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଅଯାଇଛି। ପୂର୍ବରୁ ସୁସ୍ଥ ହୋଇଥିବା ୪୦୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୪୦୬ଜଣରେ ପହଁଞ୍ଚିଲା।

Also Read:

କୋଭିଡ-୧୯ ସଂକ୍ରାନ୍ତ ୩ଟି ଉଦ୍ଭାବନର ପ୍ୟାଟେଣ୍ଟ ପାଇଁ ବ୍ରହ୍ମପୁର ଆଇଟିଆଇର ଆବେଦନ

ରୁଷ କରୋନା ଟିକା ଦିଆଯାଇଥିବା ଶହେ ଜଣଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ପ୍ରକାଶ

ଢେଙ୍କାନାଳ ଜିଲ୍ଲାରେ ପୁଣି ୨୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୩୩ ଜଣ ସୁସ୍ଥ

Share this: