ଅନୁଗୋଳରୁ ୨୧ଜଣ କରୋନା ପଜିଟିଭ ଚିହ୍ନଟ, ପଜିଟିଭ ସଂଖ୍ୟା ୩୩୬ ,ଜିଲ୍ଲାରେ ୩ୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଅନୁଗୋଳ : ଅନୁଗୋଳ ଜିଲ୍ଲାରୁ ୨୧ କଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଂକ ମଧ୍ୟରେ ତାଳଚେର ବ୍ଲକ ଅଂଚଳରୁ ୧୦ ଜଣ, ବଅଁରପାଳ ବ୍ଳକୁ ଅଂଚଳରୁ ୯ଜଣ, କଣିହାଁ ବ୍ଳକ୍ ଅଂଚଳରୁ ଜଣେ ଓ ଅନୁଗୋଳ ବ୍ଲକ ଅଂଚଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ତାଳଚେର ବ୍ଲକ ଅଂଚଳରୁ ଚିହ୍ନଟ ହୋଇଥିବା ୧୦ ଜଣ ଆକ୍ରାନ୍ତ ମଧ୍ୟରେ ୬ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୩,୨୬,୨୬,୨୭.୩୦ ଓ ୫୬ ବର୍ଷ ହୋଇଥି ବାବେଳେ ୪ ଜଣ ମହିଳାଙ୍କ ବୟସ ୨୮,୪୫,୪୯ ଓ ୭୫ ବର୍ଷ ଅଟେ। ଏମାନଂକ ମଧ୍ୟରେ ୨୭ ଓ ୩୦ ବର୍ଷିୟ ୨ଜଣ ପୁରୁଷ ତାଳଚେର ସ୍ଥିତ ଏକ ସଂସ୍ଥାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କର ପଜିଟିଭ ବାହାରିଥିଲା। ୨୩ ଓ୫୬ ବର୍ଷାୟ ୨ ଜଣ ପୁରୁଷ,୭୫ ଓ୪୫ ବର୍ଷିୟା ୨ ଜଣ ମହିଳା ଗୋଟିଏ ପରିବାରର ଅଟନ୍ତି ଏବଂ ସେମାନେ କିଛିଦିନ ତଳେ କଟକର ବଡ଼ ମେଡ଼ିକାଲ ରୁ ଫେରିଲେ। ୨୮ ବର୍ଷୟ ମହିଳା ପୁନେରୁ ଫେରିବାବେଳେ ୨୬ ବର୍ଷୀୟ ଜଣେ ପୁରୁଷ ରାଜସ୍ଥାନରୁ ଫେରିଲେ। ସେହିପରି ୪୯ ବର୍ଷିୟା ମହିଳା ଓ ୨୬ ବର୍ଷୟ ପୁରୁଷ ତାମିଲନାଡୁରୁ ଫେରି ହୋମ କ୍ୱାରାଣ୍ଟାଇନ୍ରେ ଥିଲେ।
ସେହିପରି ବଅଁରପାଳ ବ୍ଳକର ଏକ ଅସ୍ଥାୟୀ ମେଡିକାଲ ଶିବିରରୁ ଚିହ୍ନଟ ହୋଇଥିବା ୮ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୨୦,୨୩,୨୪,୨୫,୩୨,୪୬ ଓ ୭୪ବର୍ଷ ଓ ଜଣେ ମହିଳକର ବୟସ ୭୩ ବର୍ଷ ଅଟେ। ଏମାନଙ୍କ ମଧ୍ୟରୁ ୪୬,୨୫ ଓ ୨୦ ବର୍ଷୀୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରିବାବେଳେ ୨୩ ଓ ୨୪ ବର୍ଷିୟ ପୁରୁଷ କର୍ଣ୍ଣାଟକରୁ ଫେରିଥିଲେ। ସେହିପରି ଜଣେ ୩୨ ବର୍ଷିୟ ପୁରୁଷ ମଧ୍ୟପ୍ରଦେଶରୁ ଫେରିଥିବାବେଳେ ୭୪ ବର୍ଷୟ ଜଣେ ପୁରୁଷ ଓ ୭୩ ବର୍ଷିୟା ଜଣେ ମହିଳା ଗୟା (ବିହାର) ଫେରିଥିଲେ।
ଏହି ବ୍ଲକ ଅଂଚଳର ୯ମ ଆକ୍ରାନ୍ତ ଜଣକ ଜଣେ ୬୩ ବର୍ଷୟ ପୁରୁଷ ଗତକାଲି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଣ୍ଟିଜେନ୍ ପରିକ୍ଷା କରାଯାଇ କରୋନା ପଜିଟିଭ ଜଣାପଡିଥିଲା। ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକକୁ ସ୍ଥାନାରେ କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଲା।
ସେହିପରି କଣିହାଁ ବ୍ଳକ୍ ଅଂଚଳରୁ ଜଣେ ୩୬ ବର୍ଷୟ ପୁରୁଷ ଅନ୍ୟ ଆକ୍ରାନ୍ତ ଙ୍କ ସଂସ୍ପର୍ଶରେ ଆସି ପଜିଟିଭହୋଇଛନ୍ତି ।ଅନୁଗୋଳ ବ୍ଲକ ଅଂଚଳର ଜଣେ ୩୨ ବର୍ଷିୟ ପୁରୁଷ କଟକସ୍ଥିତ ଏକ ଘରୋଇ ହସପିଟାଲର ଚିକିତ୍ସାଧିନ ଅବସ୍ଥାରେ ପଜିଟିର ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ୨୧ ଜଣକ ମଧ୍ୟରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଆଉ ଜଣେ କଟର ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ୧୯ ଜଣ ଆକ୍ରାନ୍ତମାନଙ୍କୁ ତାଳଚେର କୋଭିଡ଼ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାଲ ମହାନ୍ତି ପ୍ରକାଶ କରିଛନ୍ତି। ଇତିମଧ୍ୟରେ ୪ଜଣ ସୁସ୍ତ ହୋଇ କୋଭିଡ଼ କେୟାର ସେଣ୍ଟରକୁ ନିରୀକ୍ଷଣ ନିମନ୍ତେ ସ୍ଥାନାନ୍ତର ହୋଇଛନ୍ତି।