Breaking NewsCORONA UPDATESଓଡ଼ିଶା ଅନୁଗୋଳରୁ ପୁଣି ୯ କରୋନା ପଜିଟିଭ ଚିହ୍ନଟ,ମୋଟ ପଜିଟିଭ ୪୨୭ରେ;ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି August 9, 2020 MahimaLive Share this: ଅନୁଗୋଳ : ଜିଲ୍ଲାରୁ ଆଜି୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଜଣେ ମୃତ୍ୟୁ ହୋଇଛନ୍ତି। ଫଳରେ ପଜିଟିଭ ସଂଖ୍ୟା ୪୨୭ ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ରେ ପହଞ୍ଚିଛି। ଆଜି ଆକ୍ରାନ୍ତ ହୋଇଥିବା ୯ ଜଣ ଙ୍କ ମଧ୍ୟରେ ତାଳଚେର ଓ ବଅଁରପାଳ ବ୍ଲକ୍ ଅଞ୍ଚଳରୁ ୩ ଜଣ ଲେଖାଏଁ , ଅନୁଗୁଳ ପୌରାଞ୍ଚଳର ୨ ଜଣ ଓ ଜଣେ କଣିହାଁ ବ୍ଳକ୍ ଅଞ୍ଚଳର ଅଟନ୍ତି। ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣେ ୩୫ ବର୍ଷିୟ ପୁରୁଷ ତାଳଚେର ଅଞ୍ଚଳର ଏକ ହସପିଟାଲରେ ଚିକିତ୍ସାଧିନ ଥିବାବେଳେ, ଜଣେ ୨୭ ବର୍ଷୀୟ ପୁରୁଷ ଆନ୍ଧ୍ରପ୍ରଦେଶରୁ ଫେରି ହୋମ କ୍ୱାରାଣ୍ଟାଇନ୍ରେ ଥିଲେ। ସେହିପରି ଜଣେ ୩୦ ବର୍ଷିୟା ମହିଳା ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି। ବଅଁରପାଳ ବ୍ଳକ୍ ଅଞ୍ଚଳର ଏକ ଶିଳ୍ପାଞ୍ଚଳର ଚିହ୍ନଟ ହୋଇଥିବା ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୬ , ୨୮ ଓ ୩୫ ବର୍ଷ ଅଟେ। ୨୬ ବର୍ଷିୟ ପୁରୁଷ ହାଇଦ୍ରାବାଦରୁ, ୨୮ ବର୍ଷୀୟ ପୁରୁଷ ବିହାରରୁ ଓ ୩୫ ବର୍ଷିୟ ପୁରୁଷ ସୁନ୍ଦରଗଡରୁ ଫେରି ଏକ ସଂସ୍ଥାର କ୍ୱାରାଣ୍ଟାଇନ୍ରେ ଥିଲେ। ଅନୁଗୁଳ ପୌରାଞ୍ଚଳ ରୁ ଚିହ୍ନଟ ହୋଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ୨୬ ବର୍ଷିୟ ପୁରୁଷ ଯାଜପୁର ଓ ଜଣେ ୨୩ ବର୍ଷିୟା ମହିଳା ଗଞ୍ଜାମରୁ ଫେରି ପେଡ୍ କ୍ୱାରାଣ୍ଟାଇନ୍ରେ ଥିଲେ। ସେହିପରି କଣିହା ବ୍ଳକ୍ ଅଞ୍ଚଳର ଏକ ଶିଳ୍ପାଞ୍ଚଳରୁ ଚିହ୍ନଟ ହୋଇଥୁବା ଜଣେ ୨୫ ବର୍ଷୀୟ ପୁରୁଷ ଉତ୍ତରପ୍ରଦେଶରୁ ଫେରି ଏକ ସଂସ୍ଥାର କ୍ୱାରାଣ୍ଟାଇନ୍ରେ ଥିଲେ। ଏହି ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଆଜି ଜିଲ୍ଲାରେ ୪ର୍ଥ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥୁବା ଏହି ୪୪ ବର୍ଷିୟା ମହିଳା ତାଳଚେର ବ୍ଲକ୍ ଅଞ୍ଚଳର ଓ ସେ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଇତି ମଧ୍ୟରେ ୧୪ଜଣ ସୁସ୍ଥ ହୋଇଛନ୍ତି। ପୂର୍ବରୁ ସୁସ୍ଥ ହୋଇଥିବା ୩୦୫ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୩୧୯ ରେ ପହଞ୍ଚିଲା। From The Web Share this: