Breaking Newsଓଡ଼ିଶା

ଅନୁଗୋଳରୁ ୨ଜଣ କରୋନା ପଜିଟିଭ ଚିହ୍ନଟ ଓ ୪ ସୁସ୍ଥ;ପଜିଟିଭ ସଂଖ୍ୟା ୬୬ ଓ ସୁସ୍ଥ ସଂଖ୍ୟା ୫୪ କୁ ବୃଦ୍ଧି

Share this:

ଅନୁଗୋଳ: ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରରୁ ଜଣେ ୨୧ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥୁବାର ରିପୋର୍ଟ ଆସିଛି । ଚଳିତ ମାସ ୨୫ ତାରିଖରୁ ଏହି ଯୁବକ ତାମିଲନାଡୁରୁ ଆସି ସଙ୍ଗରୋଧରେ ଥିଲେ ଏବଂ ତାଂକର ସ୍ଵାବ ନମୁନାରୁ ପଜିଟିଭ ଜଣାପଡିଛି। ତାଂକର କୌଣସି କରୋନା ଲକ୍ଷଣ ନ ଥିଲା। ତାକୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ବଅଁରପାଳ ବ୍ଳକ୍ ଅଂଚଳର ,ଏକ ୫୨ ବର୍ଷିୟ ବ୍ୟକ୍ତି କଟକର ଏକ ସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର  ସ୍ଵାବ ପରିକ୍ଷାରୁ ପଜିଟିଭ ଜଣାପଡିଛି । ଏହି ୨ ଜଣ ପଜିଟିଭକୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ   ଆକ୍ରାନ୍ତଙ୍କ ସଂଖ୍ୟା ୬୬  ପହଂଚିଛି। ଏହାଛଡା ୪ ଜଣ ସୁସ୍ଥ ହୋଇଛନ୍ତି।  ଜଣେ ମହିଳା ଓ ତାଳଚେର କୋଭିଡ ହସପିଟାଲରୁ ଜଣେ ଡାକ୍ତର ପଜିଟିଭ ହେବା ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଏହି ୬ଜଣ ଙ୍କୁ ମିଶାଇ ବର୍ତ୍ତମାନ ୫୪ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି।

Share this: