ଅନୁଗୋଳ ଜିଲ୍ଲାରେ ତିନି ପଞ୍ଚାୟତ ସଟ୍ ଡାଉନ

Share this:

ଅନୁଗୁଳ – ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବଢି ଚାଲିଛି । ଗତ କିଛିଦିନ ତଳେ କରୋନା ସଂକ୍ରମଣରେ ଆକ୍ରାନ୍ତ ନାଲକୋ ର ଜଣେ ବରିଷ୍ଠ ଅଧିକାରୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ସଂସ୍ପର୍ଶରେ କିଛି ଲୋକ ଆସିଛନ୍ତି। ନାଲକୋ ଶିଳ୍ପାଞ୍ଚଳ କୁ ଲାଗିଥିବା ୩ ଟି ପଞ୍ଚାୟତ କୁ ଆଜି ଠାରୁ ଆସନ୍ତା ମଙ୍ଗଳବାର ଅର୍ଥାତ  ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ପଞ୍ଚାୟତ ର ସରପଞ୍ଚ ମାନେ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ୍ ଡାଉନ କରିଛନ୍ତି। ସେମାନେ ହେଲେ ,କୁଲାଡ଼ ପଞ୍ଚାୟତ ର ସରପଞ୍ଚ ଶେଷଦେବ ଦେହୁରୀ, ଗିରାଙ୍ଗ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଜାତା ଦେହୁରୀ ଏବଂ କାଣ୍ଡସର ପଞ୍ଚାୟତ ର ସରପଞ୍ଚ ଦୁର୍ଯୋଧନ ମୁଦୁଲି।

 ଏହି ସଟଡାଉନ ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅଣ ଅତ୍ୟାବଶ୍ୟକୀୟ କାର୍ଯ୍ୟକଳାପ ବନ୍ଦ ରହିବ ଓ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳ ଜାରିକରିଥିବା ଅନୁମୋଦିତ କାର୍ଯ୍ୟକଳାପ ଚାଲୁ ରହିବ ବୋଲି ସମ୍ପୃକ୍ତ ସରପଞ୍ଚମାନେ ଜଣାଇବା ସହିତ  ଜନସାଧାରଣ  ଗ୍ରାମ ପଞ୍ଚାୟତର ପଦକ୍ଷେପକୁ ସମର୍ଥନ ଜଣାଇ ନିଜେ ସୁରକ୍ଷିତ ରହି ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ଅନୁରୋଧ କରିଛନ୍ତି।

Share this: