ଜାତୀୟମନୋରଞ୍ଜନ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ,ଜୟାଓ ଐଶ୍ୱର୍ଯ୍ୟା ଙ୍କ ରିପୋର୍ଟ ନେଗେଟିଭ July 12, 2020 MahimaLive Share this: ମୁମ୍ବାଇ : ପୁଅ ଅଭିଷେକ ବଚ୍ଚନଙ୍କ ସହ ଅମିତାଭ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ଥିବା ଜଣାପଡିଛି।ଉଭୟଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ତାଙ୍କ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଉଭୟଙ୍କର ସାମାନ୍ୟ ସଂକ୍ରମଣ ଅଛି। ଆଣ୍ଟିଜେନ୍ ପରୀକ୍ଷା ଦ୍ଵାରା ଉଭୟ ସଂକ୍ରମିତ ହୋଇଥିବା ଜଣାପଡିଥିଲା, ପରେ ସେମାନଙ୍କୁ ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜୟା ବଚ୍ଚନ,ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ ନେଗେଟିଭ ହେବାର ଖବର ପାଇବା ସହିତ ପରିବାରର ଅନ୍ୟ ସଦସ୍ୟଙ୍କ ସହ କର୍ମଚାରୀଙ୍କ ମଧ୍ୟ ପରୀକ୍ଷା କରାଯାଇଥିଲା। କର୍ମଚାରୀମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅଭିଷେକ ବଚ୍ଚନ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏବଂ ତାଙ୍କ ପିତା ଉଭୟ କରୋନା ପଜିଟିଭ୍ ବୋଲି ଜଣାପଡିଛି। ଉଭୟଙ୍କର କରୋନାର ସାମାନ୍ୟ (ମୃଦୁ) ଲକ୍ଷଣ ଅଛି। ଶାନ୍ତ ରହିବାକୁ ଆମେ ସମସ୍ତଙ୍କୁ ନିବେଦନ କରୁଛୁ। ଆମେ ମୁମ୍ବାଇ ମହାନଗର ପାଲିକା (ବିଏମସି) ସହିତ ଯୋଗାଯୋଗରେ ଅଛୁ। ସୂଚନାଯୋଗ୍ୟ ଏହାପୂର୍ବରୁ ମେଗାଷ୍ଟାର ନିଜେ ଟ୍ୱିଟ୍ କରି ତାଙ୍କର କରୋନା ପଜିଟିଭ୍ ଥିବା ଖବର ଦେଇଛନ୍ତି। ଦଶ ଦିନ ମଧ୍ୟରେ ଯେଉଁମାନେ ତାଙ୍କୁ ଭେଟିଥିଲେ ସେମାନଙ୍କ ପରୀକ୍ଷା କରିବାକୁ ସେ ଅନୁରୋଧ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଅମିତାଭ ଏବଂ ଅଭିଷେକଙ୍କର ସାମାନ୍ୟ ଜ୍ୱର ହୋଇଥିଲା ଯାହା ପରେ ସେମାନେ କରୋନା ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରେ କରୋନାର କୌଣସି ଲକ୍ଷଣ ନଥିଲା FROM THE WEB Share this: