BJP Leader: ବରିଷ୍ଠ ବିଜେପି ନେତା ଅଶୋକ ସାହୁଙ୍କ ପରଲୋକ

Share this:

କଟକ: ବରିଷ୍ଠ ବିଜେପି (BJP) ନେତା ତଥା ଅବସରପ୍ରାପ୍ତ ଆଇପିଏସ୍‌ (IPS) ଅଶୋକ ସାହୁ (Ashok Sahu)ଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି। ଆଜି କଟକର ଏକ ଘରୋଇ ନର୍ସିଂହୋମରେ ବିଜେପିର ଏହି ବରିଷ୍ଠ ନେତା ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ।

ସୂଚନାଅନୁସାରେ ,ଶ୍ରୀ ଅଶୋକ ସାହୁ ଗତ ୮ ତାରିଖ ଦିନ କଟକର ଏକ ଘରୋଇ ନର୍ସିଂହୋମରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ  ତାଙ୍କର ଦେହାନ୍ତ ହୋଇଛି। ସେ ଆସାମ କ୍ୟାଡରର ଆଇପିଏସ ଅଫିସର ଥିଲେ। ଆସାମର ଅତିରିକ୍ତ ପୋଲିସ ଡିଜି ପଦବୀରୁ ସ୍ୱେଚ୍ଛାକୃତ (VRS) ଅବସର ନେଇଥିଲେ। ପରେ ସକ୍ରିୟ ରାଜନୀତି ପାଇଁ ଓଡିଶା ବିଜେପିରେ ସାମିଲ ହୋଇଥିଲେ ଅଶୋକ ସାହୁ। ବିଜେପି ଦଳ ପକ୍ଷରୁ ପ୍ରଥମେ ସେ ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ଆସନରୁ ଓ ୨୦୧୪ଲୋକସଭା ନିର୍ବାଚନ ରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟକରି କହିଛନ୍ତି,”ଆମ ଦଳର ଦୀର୍ଘ ସମୟର କାର୍ଯ୍ୟକର୍ତ୍ତା ତଥା ଅବସର ପ୍ରାପ୍ତ ଆଇପିଏସ ଅଧିକାରୀ ଅଶୋକ ସାହୁଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଶ୍ରୀଯୁକ୍ତ ସାହୁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଓଡ଼ିଶାରେ ନିଜକୁ ଅନେକ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଯୋଡ଼ି ସମାଜ ସେବାରେ ସମୟ ଅତିବାହିତ କରୁଥିଲେ।”

Also Read:

Parliament Session Update: ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବିଲ୍‌କୁ ପାର୍ଲାମେଣ୍ଟର ଅନୁମୋଦନ

Pradhan Mantri Ujjwala Yojana: କରୋନା ସଂକଟ ସମୟରେ ଓଡ଼ିଶାରେ ୭୭ ଲକ୍ଷରୁ ଅଧିକ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଇଛି

Share this: