ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ୩ ଶହ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍‌ ସହାୟତା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Share this:

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଶହ କୋଟି ଟଙ୍କାର ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଚ​ଳିତ ଖରିପ୍‌ ଋତୁରେ ଚାଷୀମାନଙ୍କର କ୍ଷତିକୁ ଆସନ୍ତା ରବି ଋତୁରେ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ବନ୍ୟାରେ ଯେଉଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜମିରେ ୩୩ ପ୍ରତିଶତ କିମ୍ବା ଅଧିକ ଫସଲ ନଷ୍ଟ ହୋଇଥିବ ସେ କ୍ଷେତ୍ରରେ ଅଣଜଳସେଚିତ ଜମି ବାବଦରେ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ। ଆମ୍ବ, କାଜୁ, ନଡ଼ିଆ, ପାନ ବରଜ ଇତ୍ୟାଦି ଫସଲ ନଷ୍ଟ କ୍ଷତିପୂରଣ ବାବଦରେ ହେକ୍ଟର ପିଛା ୧୮ହଜାର ଟଙ୍କା ପ୍ରଦାନ କରାଯିବ। ଏହି କ୍ଷତିପୂରଣ ସହାୟତା ଚାଷ କରିଥିବା ପ୍ରକୃତ ଚାଷୀଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି।

ରବି ଋତୁରେ ଚାଷୀମାନଙ୍କୁ ଡାଲି ଜାତୀୟ ଫସଲ ପାଇଁ ୨୦ ହଜାର ମିନି କିଟ୍‌ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଯନ୍ତ୍ରଚାଳିତ କୃଷି ବାବଦରେ ୧୦ କୋଟି ଟଙ୍କା ଆବଣ୍ଟିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ପ୍ରଦାନ ପାଇଁ  ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷେ ଚାଷୀଙ୍କୁ ରୋଷଇ ଘର ବଗିଚା ଯୋଜନାରେ ଭେଜିଟେବୁଲ୍‌ କିଟ୍‌ ସହିତ ପାଳଙ୍ଗ, ବିନ୍‌ସ୍‌, ଟମାଟୋ, ଲଙ୍କା ଓ ମୂଳା ଆଦି ବିହନ କିଟ୍‌ ପିଛା ୧୩୦ ଟଙ୍କାରେ ଯୋଗାଇବାକୁ ସରକାର ସ୍ଥିର କରିଛନ୍ତି। ବନ୍ୟା ପ୍ରଭାବିତ ଚାଷୀଙ୍କୁ  ବଗିଚା ଯୋଜନାରେ ଅମୃତଭଣ୍ଡା, କଦଳୀ, ସଜନା ଛୁଇଁ ପରି ପନିପରିବା ଚାଷ ପାଇଁ କିଟ୍‌ ପିଛା ୧୬୦ ଟଙ୍କାରେ ୭୫ ହଜାର ଚାଷୀଙ୍କୁ ସାମିଲ କରାଯିବ। ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଛତୁ ଚାଷୀଙ୍କ ପୁନନିର୍ମାଣ ସହାୟତା ବାବଦରେ ୟୁନିଟ୍‌ ପିଛା ୧୦ ହଜାର ଟଙ୍କା ଓ ପ୍ରତି ନଡ଼ା ଛପର ଘର ବାବଦରେ ୫୦୦ ଟଙ୍କା ପ୍ରଦାନ କରାଯିବ।

ବନ୍ୟାରେ ନଷ୍ଟ ହୋଇଥିବା ପ୍ରାଣୀ ସମ୍ପଦ ପାଇଁ ମଧ୍ୟ ରାଜ୍ୟ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। କ୍ଷୀର ଦେଉଥିବା ଗାଈ ବାବଦରେ ୩୦ ହଜାର ଟଙ୍କା ମଇଁଷି ବାବଦରେ ୨୫ ହଜାର ଟଙ୍କା କ୍ଷତିପୂରଣ ମିଳିବ। ଏହି କ୍ଷତି ସର୍ବାଧିକ ୩ଟି ଗାଈ କିମ୍ବା ମଇଁଷି ପାଇଁ ପ୍ରଦାନ କରାଯିବ। ପ୍ରତି ବାଛୁରୀ ବାବଦରେ ୧୬ ହଜାର ଟଙ୍କା ଓ ଛେଳି ବାବଦରେ ୩ ହଜାର ଟଙ୍କା ପ୍ରଦାନ କରାଯିବ। ସର୍ବାଧିକ ୬ଟି ବାଛୁରୀ ଓ ୩୦ଟି ଛେଳି ପାଇଁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥିର କରାଯାଇଛି। ସେହିପରି ପ୍ରତି କୁକୁଡ଼ା ପାଇଁ ୫୦ ଟଙ୍କା ଓ ସର୍ବାଧିକ ୫ ହଜାର କୁକୁଡ଼ା ପାଇଁ କ୍ଷତିପୂରଣ ମିଳିବ। ମତ୍ସ୍ୟ ଚାଷ କରୁଥିବା ଚାଷୀଙ୍କୁ ପୋଖରୀ ଓ ବନ୍ଧ ପୁନରୁଦ୍ଧାର ବାବଦରେ ହେକ୍ଟର ପିଛା ୧୨ ହଜାର ୨୦୦ ଟଙ୍କା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହିତ ବନ୍ୟାରେ କ୍ଷତିଗ୍ରସ୍ତ ମାଛ ବିହନ ଉତ୍ପାଦନ କରୁଥିବା ଫାର୍ମମାନଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ ୟୁନିଟ୍‌ ପିଛା ୮ ହଜାର ୨୦୦ ଟଙ୍କା ପ୍ରଦାନ କରାଯିବ।

Honor 9A (Phantom Blue, 3GB RAM, 64GB Storage)

ସେହିପରି,ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କାରିଗରମାନଙ୍କୁ ମିଳିବ ଆର୍ଥିକ ସହାୟତା। ଏଥିପାଇଁ ପ୍ରତି ବୁଣାକାରଙ୍କୁ ୪ ହଜାର ୧୦୦ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ମନରେଗା ଯୋଜନାରେ ରାସ୍ତା, କେନାଲ ମରାମତି କାର୍ଯ୍ୟ ଜରିଆରେ ଲୋକମାନଙ୍କୁ କାମ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Also Read:

କିଷାନ ରେଳକୁ ସ୍ୱାଗତ କରିବାକୁ ଦିଲ୍ଲୀ ପ୍ରସ୍ତୁତ; ପ୍ରଥମ କିଷାନ ରେଳ ଆନ୍ଧ୍ରର ଅନନ୍ତପୁରରୁ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ;ଇ-ଗୋପାଳ ଆପ୍‌ ଲଞ୍ଚ

Share this: