ଓଡ଼ିଶାର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କାରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: ରାଜ୍ୟର ପୁଣି ଜଣେ ମନ୍ତ୍ରୀ କାରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ (Minister for Food Supplies & Consumer Welfare) ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ (Ranendra Pratap Swain) କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେ ନିଜେ ଟ୍ଵିଟକରି ଏହି ସୂଚନା ଦେଇଛନ୍ତି।
I have been tested positive for #COVID19. Although I don't have any symptoms I am at home isolation as advised by my doctor. I have requested all my staff and each one who came in contact to get them tested as soon as possible.@CMO_Odisha @IPR_Odisha
— Ranendra Pratap Swain (@rajaaswain) September 11, 2020
ମନ୍ତ୍ରୀ ନିଜେ ଟ୍ଵିଟକରି କହିଛନ୍ତି ଯେ, “ମୁଁ କୋଭିଡ଼ (COVID19) ପରୀକ୍ଷା କରାଇଛି ଏବଂ ମୋର ପଜିଟିଭ ଆସିଛି ଯଦିଓ ମୋର କୌଣସି ଲକ୍ଷଣ (symptoms) ନଥିଲା , ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ଘରେ ଆଇସୋଲେସନ ଅଛି। ମୁଁ ମୋର ସମସ୍ତ କର୍ମଚାରୀ ଏବଂ ଯୋଗାଯୋଗ କରିଥିବା ପ୍ରତ୍ୟେକଙ୍କୁ ଯଥାଶୀଘ୍ର ପରୀକ୍ଷା କରିବାକୁ ଅନୁରୋଧ କରୁଛି।”
Also Read:
ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କରୋନା ପଜିଟିଭ୍ ଚିହ୍ନଟ
ରାଜ୍ୟରେ ଆଜି କରୋନାରେ ୧୪ ଜଣଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୬୦୫କୁ ବୃଦ୍ଧି