ଜାମ୍ମୁ କାଶ୍ମୀର:ପୁଲୱାମା ଏନକାଉଣ୍ଟରରେ ୩ ଆତଙ୍କବାଦୀଙ୍କୁ ହତ୍ୟା,ଜଣେ ସୈନିକ ସହିଦ

Share this:

ପୁଲୱାମା:ଜାମ୍ମୁ କାଶ୍ମୀରର ପୁଲୱାମା ( Pulwama )ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଦ୍ୱାରା ତିନି ଜଣ ଆତଙ୍କବାଦୀ ( Terrorists ) ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର( Encounter ) ରେ ଜଣେ ବୀର ଯବାନ ଶହୀଦ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କାଶ୍ମୀରରେ ଏହା ହେଉଛି  ଆତଙ୍କବାଦୀ ସହିତ ସେନାର ଦ୍ୱିତୀୟ ମୁକାବିଲା। ପୁଲୱାମାର ଅଞ୍ଚଳରେ ରାତିରେ ସୁରକ୍ଷା ବାହିନୀ-ପୋଲିସ କର୍ମଚାରୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହା ପରେ ସୁରକ୍ଷା ବାହିନୀ ଏହି ଅପରେସନ କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ।

ଶ୍ରୀନଗରର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ଏନକାଉଣ୍ଟରରେ ଆହତ ହୋଇଥିବା ଜଣେ ସୈନିକଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀଙ୍କ ବିରୋଧରେ ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ମିଳିତ ଅପରେସନ ଆରମ୍ଭ କରିଥିଲେ। ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇ ନାହିଁ। ସୂଚନାଯୋଗ୍ୟ ଏହାପୂର୍ବରୁ ଶୁକ୍ରବାର ଦିନ ଶୋପିଆନରେ ହୋଇଥିବା ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ୪ଆତଙ୍କବାଦୀକୁ ହତ୍ୟା କରିଥିଲେ। ଗତ ୨୪  ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

Also Read:

ମୁଖପାତ୍ର କହିଛନ୍ତି ଯେ ଏଠାରେ ସୁରକ୍ଷା ବାହିନୀରୁ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

Share this: