ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇବା ପାଇଁ ପ୍ରତିଶ୍ରୁତି -କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଶୁକ୍ରବାର କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଚଳିତ ଖରିଫ ଋତୁ ସମୟରେ ଓଡିଶାର ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣରେ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଣ୍ଡଭିୟ ପ୍ରତିଶ୍ରୁତି ଦେଇଥିବା ଟ୍ୱିଟ୍ ଯୋଗେ ଶ୍ରୀ ପ୍ରଧାନ କହିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏ ନେଇ ତାଙ୍କୁ ଅବଗତ କରିଥିଲେ । ଏହା ପରେ ସେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।
ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନଙ୍କ ଏ ସମ୍ପର୍କିତ ଟ୍ୱିଟରେ ପ୍ରତିକ୍ରିୟା ଦେଇ ଶ୍ରୀ ମାଣ୍ଡଭିୟ ଓଡିଶାର କୋଣ ଅନୁକୋଣକୁ ପର୍ଯ୍ୟାପ୍ତ ସାର ଯୋଗାଣ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ।
We are committed for uninterrupted supply of Fertilizers in every nook and corner of the Odisha state. https://t.co/VLTFy8udbu
— Mansukh Mandaviya (@mansukhmandviya) August 21, 2020
Also Read:
ଓଡିଆ ଭାଷା ଅନୁବାଦ ବର୍ତ୍ତମାନ ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଉପଲବ୍ଧ
ଆମାଜନର ବେଷ୍ଟ ଅଫ୍ ଟେକ୍ ବିକ୍ରୟ ୨୦୨୦ ଆରମ୍ଭ; ଲାପଟପ୍, ସ୍ମାର୍ଟଫୋନ୍ ବଡ଼ ରିହାତି କିଣିବାର ସୁଯୋଗ