ମହାରାଷ୍ଟ୍ରର ନାସିକରେ ଭୂକମ୍ପ

Share this:

ମୁମ୍ବାଇ:ଆଜି ମଙ୍ଗଳବାର ଅପରାହ୍ନ ୩ ଟା ସମୟରେ ମହାରାଷ୍ଟ୍ରର ନାସିକରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଆତଙ୍କରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(National Centre For seismology) ଅନୁଯାୟୀ ରିଚ୍ଟର ସ୍କେଲରେ 2.2 ଭୂମିକମ୍ପର ତୀବ୍ରତା ରେକର୍ଡ କରାଯାଇଛି।

ସୂଚନାଯୋଗ୍ୟ, ଆଜିର ଭୂମିକମ୍ପକୁ ମିଶାଇ ଗତ ଜୁନ ମାସଠାରୁ ଆଜି ପର୍ଯ୍ୟନ୍ତ, ତିନିଥର ମହାରାଷ୍ଟ୍ର ରେ ଭୂମିକମ୍ପ ଅନୁଭୂତ ହେଲାଣି। ଜିଲ୍ଲା ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏଥିରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ପ୍ରକାଶ ପାଇ ନାହିଁ। ଏହି ଭୂକମ୍ପଗୁଡ଼ିକ କମ୍ ତୀବ୍ରତାରେ ଥିଲା।ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରି ଆସୁଛନ୍ତି।

Share this: