ଆଜି ରାଜ୍ୟରେ ୧୫୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ,ମୋଟ ସୁସ୍ଥ ୪୩ ହଜାର ୭୭୯
ଭୁବନେଶ୍ଵର : ରାଜ୍ୟରେ ଆଜି ଆଉ ୧୫୦୩ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୩ ହଜାର ୪୪୯ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୨୩୨ ଜଣ, ଖୋର୍ଦ୍ଧାରୁ ଜିଲ୍ଲାରୁ ୯୯ ଜଣ, କଟକ ଜିଲ୍ଲାରୁ ୧୩୧ ଜଣ, ରାୟଗଡାରୁ ୧୧୨ଜଣ, ସୁନ୍ଦରଗଡରୁ ୧୧୧ ଜଣ, ବାଲେଶ୍ଵରରୁ ୧୦୧ଜଣ, ଢେଙ୍କାନାଳ ରୁ ୬୩ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୧ଜଣ, କୋରାପୁଟ ଓ ଗଜପତି ରୁ ୪୯ ଜଣ ଲେଖାଏଁ , ମାଲକାନଗିରି ଜିଲ୍ଲାରୁ ୪୨ଜଣ, ଜଗତସିଂପୁର ଓ ଭଦ୍ରକ ଜିଲ୍ଲାରୁ ୩୮ଜଣ ଲେଖାଏଁ , ବଲାଙ୍ଗୀର ଓ ଯାଜପୁର ରୁ ୩୬ ଜଣ ଲେଖାଏଁ ସମ୍ବଲପୁରରୁ ୩୫ ଜଣ, ନୟାଗଡ ରୁ ୩୪ଜଣ, କଳାହାଣ୍ଡି ,ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୩୧ଜଣ ଲେଖାଏଁ , ସୋନପୁରରୁ ୩୦ଜଣ, କେଉଁଝରରୁ ୨୦ଜଣ, ଅନୁଗୋଳରୁ ୧୮ ଜଣ, ବରଗଡ଼ରୁ ୧୫ ଜଣ , କେନ୍ଦ୍ରାପଡ଼ା ଓ ଝାରସୁଗୁଡାରୁ ୧୪ ଜଣ ଲେଖାଏଁ,ଦେଓଗଡ ରୁ ୪ ଜଣ ଏବଂ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି।
ରାଜ୍ୟରେ ଆଜି ୧୦କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୩୫୩ କୁ ବୃଦ୍ଧି ହୋଇଛି।