ଆମେରିକାର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ମୂଳନିବାସୀ କମଲା ହ୍ୟାରିସ ଭାରତ ପାଇଁ କେତେ ଉପଯୋଗୀ!
ନୂଆଦିଲ୍ଲୀ : ଆମେରିକାରେ ୩ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଭାରତୀୟ ମୂଳ ସିନେଟର କମଲା ହ୍ୟାରିସଙ୍କୁ ଚୟନ କରି ଭାରତୀୟ-ଆମେରିକୀୟ ଗୋଷ୍ଠୀ ଖୁସି ଅଛନ୍ତି। ଭାରତୀୟ-ଆମେରିକୀୟ ଗୋଷ୍ଠୀ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନଙ୍କୁ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରି ପ୍ରଶଂସା କରିଛନ୍ତି।
କମଲା ହ୍ୟାରିସ, ଯାହାଙ୍କ ପିତା ଜାମାଇକାରେ ଜନ୍ମିତ ଆଫ୍ରିକୀୟ ଏବଂ ମାଆ ଭାରତୀୟ। ହ୍ୟାରିସଙ୍କ ମାଆ ଶ୍ୟାମାଲା ଗୋପାଲନ ଯେ କି କର୍କଟ ଗବେଷକ ଥିଲେ ଭାରତରୁ ଆମେରିକା ଆସିଥିଲେ। ଶ୍ୟାମାଲା ଗୋପାଳ ୧୯୬୩ ମସିହାରେ ଡୋନାଲ ହାରିସଙ୍କୁ ବିବାହ କରିଥିଲେ। ୧୯୭୦ରେ ଛାଡପତ୍ର ହୋଇଥିଲ।।
ବଡକଥା ହେଉଛି ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତର ଘରୋଇ ରାଜନୀତି ମଧ୍ୟ ଅନେକ ଭାରତୀୟ ଆମେରିକୀୟ ଭୋଟରଙ୍କ ପାଇଁ ଏକ ପ୍ରସଙ୍ଗ ପାଲଟିଛି। ଏହାର କାରଣ ହେଉଛି ସିନେଟର କମଲା ହ୍ୟାରିସ ଙ୍କ ସମେତ ଆମେରିକା କଂଗ୍ରେସର ଅନେକ ଡେମୋକ୍ରାଟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ବିଷୟରେ ବିରୋଧୀ ସୂଚନା ଦେଇଛନ୍ତି। ବିଶେଷକରି କାଶ୍ମୀରରୁ ଧାରା ୩୭୦କୁ ହଟାଇବା ପାଇଁ ଏବଂ ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)ବିଲ ପାସ୍ ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ପ୍ରତି ପ୍ରତିକ୍ରିୟା କିଛି ଭାରତୀୟ-ଆମେରିକୀୟଙ୍କ ପାଇଁ ଏକ ପ୍ରକାର କଷ୍ଟ ପାଲଟିଛି।
କମଲା ହାରିସଙ୍କ ପ୍ରାର୍ଥୀତ୍ୱକୁ ଭାରତୀୟଙ୍କ ମଧ୍ୟରେ ଖୁସିର ଲହରୀ ଅଛି, କାରଣ ତାଙ୍କର ମୂଳ ଭାରତ ସହିତ ସଂଯୁକ୍ତ। ଭାରତୀୟ ହିସାବରେ କମଲା ହ୍ୟାରିସଙ୍କ ଠାରୁ ଭାରତୀୟମାନଙ୍କର ବହୁତ ଆଶା ରହିଛି। ଲୋକମାନେ ଏହା ମଧ୍ୟ ଆଶା କରୁଛନ୍ତି ଯେ ଯଦି କାମଲା ହାରିସ୍ ଆମେରିକାର ଉପ-ରାଷ୍ଟ୍ରପତି ହୁଅନ୍ତି, ତେବେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ। ତେବେ କାଶ୍ମୀର ଏବଂ ନାଗରିକତ୍ୱ ଆଇନ ଭଳି ପ୍ରସଙ୍ଗରେ ସେ କେଉଁ ମନୋଭାବ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ହେବ। ଆଇନ ଶୃଙ୍ଖଳା ଏବଂ ମାନବିକ ଅଧିକାର ଉପରେ କଠୋର ଆଭିମୁଖ୍ୟ ପାଇଁ କମଲା ବେଶ ଜଣାଶୁଣା। ସେ କାଶ୍ମୀରରେ ଧାରା ୩୭୦ପ୍ରସଙ୍ଗରେ ତଥା ମାନବିକ ଅଧିକାର ଉପରେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଅପରପକ୍ଷେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ପସନ୍ଦ କରୁଛନ୍ତି। ଦୁହେଁ ଏକାଠି ରାଲିକରୁଛନ୍ତି। ସେ ଅହମଦାବାଦ ରାଲି ହେଉ କି ହ୍ୟୁଷ୍ଟନ ରାଲି ହେଉ। ହ୍ୟୁଷ୍ଟନରେ ଚାଲିଥିବା ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ମୋଦୀ ଏକ ସ୍ପଷ୍ଟ ସ୍ଲୋଗାନ ଦେଇଥିଲେ “ଅବ କି ବାର, ଟ୍ରମ୍ପ ସରକାର”। ବଡକଥା ହେଲା ଟ୍ରମ୍ପ ପ୍ରଶାସନ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଛି ଏବଂ ଚୀନ୍ ସହିତ ନିକଟରେ ହୋଇଥିବା ସୀମା ବିବାଦରେ ଭାରତ ସରକାରକୁ ସମର୍ଥନ କରିଛନ୍ତି।