ରାଜ୍ୟରେ ଆଜି ୧୨କରୋନା ଜନିତ ମୃତ ,ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି
ଭୁବନେଶ୍ଵର: ରାଜ୍ୟରେ ଆଜି ୧୨ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଖୋର୍ଦ୍ଧା ,ଗଞ୍ଜାମ, କେନ୍ଦୁଝର,ଓ କନ୍ଧମାଳ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ସୁନ୍ଦରଗଡ଼ ,ବାଲେଶ୍ଵର, ଗଜପତି ଓ ବରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲାର ଦୁଇ ମୃତକ ହେଲେ ଭୁବନେଶ୍ଵର ର ୬୦ ଓ ୬୭ ବର୍ଷିୟ ପୁରୁଷ। ୬୦ ବର୍ଷୀୟ ଜଣଙ୍କ ଫୁସଫୁସ ଜନିତ ରୋଗରେ ମଧ୍ୟ ପୀଡ଼ିତ ଥିଲେ ଏବଂ ୬୭ ବର୍ଷୀୟ ଜଣକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଞ୍ଜାମର ୨ଜଣ ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ୪୮ ବର୍ଷିୟ ପୁରୁଷ ଓ ୬୧ ବର୍ଷ ବୟସ୍କା ମହିଳା। ପୁରୁଷ ଜଣକ ମଧୁମେହ ଓ ମହିଳା ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।
କନ୍ଧମାଳ ଜିଲ୍ଲାର ଦୁଇ ପୁରୁଷଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ବୟସ ଯଥାକ୍ରମେ ୫୫ ଓ ୬୦ ବର୍ଷ। ଉଭୟେ ମଧୁମେହରେ ପୀଡ଼ିତ ଥିଲେ। କେନ୍ଦୁଝର ଜିଲ୍ଲାର ଦୁଇ ମୃତକ ପୁରୁଷଙ୍କ ବୟସ ୭୯ ଓ ୬୦ ବର୍ଷ। ପ୍ରଥମ ଜଣକ ଉଚ୍ଚ ରକ୍ତଚାପ ଓ ୨ୟ ଜଣକ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପର ବାଲେଶ୍ଵରରୁ ମୃତ ୫୭ ବର୍ଷୀୟ ପୁରୁଷ ଓ ସେ ମଧୁମେହ ପୀଡ଼ିତ। ବରଗଡ଼ରୁ ମୃତ ୬୦ ବର୍ଷୀୟ ପୁରୁଷ ଯଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।
ସେହିପରି ଗଜପତି ଜିଲ୍ଲାର ଯେଉଁ ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କ ବୟସ ୫୯ ବର୍ଷ ଓ ସେ ଉଚ୍ଚ ରକ୍ତଚାପ ଓ ହୃଦରୋଗ ରେ ପୀଡ଼ିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ୫୫ ବର୍ଷ ବୟସ୍କା ମହିଳା ପ୍ରାଣ ହରାଇଛନ୍ତି ଯଏକି ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପ୍ରାଣ ହରାଇଥିବା ଜଣାଯାଇଛି।