ଅନୁଗୋଳ : (ମହିମା ଲାଇଭ )ଅନୁଗୁଳ ଜିଲ୍ଲାରୁ ମଙ୍ଗଳବାର ୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବଅଁରପାଳ ଓ କିଶୋରନଗର ବ୍ଲକରୁ ୫ ଜଣ ଲେଖାଏଁ , ଅନୁଗୁଳ ପୌରାଞ୍ଚଳରୁ ୩ ଜଣ , ତାଳଚେର ଓ ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୨ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଅଁରପାଳ ବ୍ଳକ ଅଞ୍ଚଳରୁ ଚିହ୍ନଟ ହୋଇଥବା ୫ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୧୮ , ୪୦ ଓ ୬୫ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୨୮ ଓ ୫୭ ବର୍ଷ ଅଟେ। ଏମାନେ ସମସ୍ତେ ତାଙ୍କ ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି।
କିଶୋରନଗର ବ୍ଲକ୍ ଅଞ୍ଚଳର ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୦,୨୫,୩୦ ଓ ୨୭ ବର୍ଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳକ ଅଛନ୍ତି। ୨୫,୨୭ ବର୍ଷୀୟ ପୁରୁଷ ଓ ୧୨ ବର୍ଷର ବାଳକ ଗୋଟିଏ ପରିବାରର ଓ ସେମାନେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି। ସେହିପରି ତାମିଲନାଡୁ ଫେରନ୍ତା ୨୦ ବର୍ଷୀୟ ପୁରୁଷ ଓ କଲିକତା ଫେରନ୍ତା ୩୦ ବର୍ଷୀୟ ପୁରୁଷ ଏହି ବ୍ଲକର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଂଗରୋଧରେ ଥିବାବେଳେ ସେମାନଙ୍କର ପଜିଟିଭ ବାହାରିଛି।
ସେହିପରି ଅନୁଗୁଳ ପୌରାଞ୍ଚଳର ୨ଟି ପେଡ୍ , କ୍ୱାରାଣ୍ଟାଇନ୍ରେ ରହୁଥିବା ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୪୨ବର୍ଷ, ୧୮ବର୍ଷ ଓ ୨୮ବର୍ଷ। ୪୨ ବର୍ଷିୟ ପୁରୁଷ ପଶ୍ଚିମବଙ୍ଗରୁ ଫେରି ଥିବା ବେଳେ ୧୮ ବର୍ଷୟ ଓ ୨୮ ବର୍ଷିୟ ୨ ଜଣ ପୁରୁଷ ଆସାମରୁ ଫେରି ସଂଗରୋଧରେ ଥିବା ସମୟରେ ସେମାନଙ୍କର ସ୍ଵାବ ନମୁନା ପରିକ୍ଷାରୁ ପଜିଟିଭ ଜଣାପଡିଛି।
ତାଳଚେର ବ୍ଲକ୍ ଅଞ୍ଚଳରୁ ଚିହ୍ନଟ ହୋଇଥୁବା ୨ଜଣଙ୍କ ମଧ୍ୟରେ ଜଣେ ୭୭ ବର୍ଷିୟ ପୁରୁଷ ଓ ଜଣେ ୭୦ ବର୍ଷିୟା ମହିଳା ନିଜ ଗ୍ରାମର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି।
ଛେଣ୍ଡିପଦା ବ୍ଳକ୍ ଅଞ୍ଚଳର ଏକ ଗ୍ରାମରୁ ଜଣେ ୩୪ ବର୍ଷୀୟ ବାଲେଶ୍ଵର ଫେରନ୍ତା ପୁରୁଷଙ୍କର ପଜିଟିଭ ବାହାରିଥିବାବେଳେ ଏହି ବ୍ଲକ୍ ଅଞ୍ଚଳର ଅନ୍ୟ ଜଣେ ୨୭ ବର୍ଷିୟ ଝାଡ଼ଖଣ୍ଡ ଫେରନ୍ତା ପୁରୁଷଙ୍କର ମଧ୍ୟ ପଜିଟିଭ ବାହାରିଛି।
ଆଜି ଚିହ୍ନଟ ହୋଇଥିବା ୧୭ ଜଣ ଆକ୍ରାନ୍ତକୁ ଚିକିତ୍ସା ନିମନ୍ତେ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଏହି ୧୭ ଜଣ ଆକ୍ରାନ୍ତକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭୪ରେ ପହଞ୍ଚିଲା।