Breaking Newsଓଡ଼ିଶାଜାତୀୟ UPSC ସିଭିଲ ସର୍ଭିସ ପରୀକ୍ଷା-୨୦୧୯ ଫଳାଫଳ ଘୋଷିତ:ଏଥର ୮୨୯ ଜଣ ସଫଳ; ପ୍ରଦୀପ ସିଂ ଟପର,ପ୍ରଥମ ୧୦ ମଧ୍ୟରେ ୨ ଓଡିଆ,କୃତ୍ତି ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ August 4, 2020 MahimaLive 18 Views BEST IAS COACHING CENTER, IAS, IAS COACHING, IFS, India administrative service, UPSC, UPSC 2019 TOPPER, UPSC RESULT 1 min read Share this: ନୂଆଦିଲ୍ଲୀ:ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୧୯ ରେ ପ୍ରଦୀପ ସିଂ ଟପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ଯତିନ୍ କିଶୋର ଏବଂ ତୃତୀୟ ସ୍ଥାନରେ ପ୍ରତୀଭା ବର୍ମା ଅଛନ୍ତି। ମୋଟ ୮୨୯ ଜଣ ପ୍ରାର୍ଥୀ ପରୀକ୍ଷା ରେ ସଫଳ ହୋଇଛନ୍ତି। ପ୍ରଥମ ଦଶ ଜଣଙ୍କ ଭିତରେ ଓଡ଼ିଶାର ଅଭିଷେକ ସରାଫ ୮ମ ଓ ସଞ୍ଚିତା ମହାପାତ୍ର ୧୦ମ ସ୍ଥାନରେ ଅଛନ୍ତି। ଓଡିଶାରୁ ଅଭିଷେକ ସରାଫ ଏବଂ ସଞ୍ଜିତା ମହାପାତ୍ରଙ୍କ ବ୍ୟତୀତ ଅଂଶୁମାନ ରାଜ, ଅନୁପ ଦାସ, ଶୈଳଜା ଦାସ, ରାହୁଲ ମିଶ୍ର ,ହେମା ନାୟକ ଆରୁଷୀ ମିଶ୍ର ,ଆଶିଷ ଦାସ ,ଅଙ୍କିତ ଶଙ୍କର ମିଶ୍ର ,ସୋନାଲି ମିଶ୍ର,ଦିବ୍ୟା ମିଶ୍ର ଆରଗ୍ୟା ପଟ୍ଟନାୟକ ଏବଂ ଜୁବିନ ମହାପାତ୍ର ମଧ୍ୟ ପରୀକ୍ଷାରେ ସଫଳତା ପାଇଛନ୍ତି। ସୂଚନଯୋଗ୍ୟ ,ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୧୯ ଲିଖିତ ପରୀକ୍ଷା ସେପ୍ଟେମ୍ବର ୨୦୧୯ ରେ ୟୁନିଅନ୍ ପବ୍ଲିକ୍ ସର୍ଭିସ କମିଶନ (UPSC) ଦ୍ଵାରା କରାଯାଇଥିଲାବେଳେ ଫେବୃଆରୀ ରୁ ଅଗଷ୍ଟ ୨୦୨୦ ମଧ୍ୟରେ ସାକ୍ଷାତକାର ପରୀକ୍ଷା କରାଯାଇଥିଲା। ପରୀକ୍ଷା ଆଧାରରେ ଭାରତୀୟ ପ୍ରଶାସନିକ ସେବା(IAS), ଭାରତୀୟ ଦେଶିକ ସେବା(IFS), ଭାରତୀୟ ପୋଲିସ ସେବା(IPS) ଓ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଏବଂ ଗ୍ରୁପ୍ ବି ପାଇଁ ପ୍ରାର୍ଥୀ ନିଯୁକ୍ତି ପାଇଁ ଆୟୋଗ ଦ୍ୱାରା ସୁପାରିଶ କରାଯାଇଛି। From The Web Share this: