Breaking Newsଓଡ଼ିଶାଜାତୀୟ ଡିସିଜିଆଇ ପୁନେର ସେରମ୍ ଇନଷ୍ଟିଚ୍ୟୁଟକୁ ଅକ୍ସଫୋର୍ଡ ବିକଶିତ କୋଭିଡ -୧୯ ଟିକାର କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି August 3, 2020 MahimaLive 16 Views corona, CORONA VACCINE, corona vaccine news, coronavirus vaccine latest update, Covishield, DCGI, Drugs Controller General of India, OXFORD, PUNE, ssi pune 1 min read Share this: ପୁନେ : ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (Drugs Controller General of India) ଅକ୍ସଫୋର୍ଡ ୟୁନିଭରସିଟି ବିକଶିତ କରୋନା ଟୀକା ଆଷ୍ଟ୍ରା ଜେନେକା (Astra Zeneca ,COVISHIELD)ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା କରିବାକୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅନୁମୋଦନ ଦେଇଛି। ଏହା କୋଭିଡ଼-୧୯ ଟିକା ବିକାଶକୁ ତ୍ୱରାନ୍ୱିତ କରିବ। ଏକ ଅଧ୍ୟୟନ ଅନୁଯାୟୀ, ପ୍ରତ୍ୟେକ ରୋଗୀଙ୍କୁ ୪ ସପ୍ତାହ ମଧ୍ୟରେ ଦୁଇଟି ଡୋଜ ଦିଆଯିବ। ପ୍ରଥମ ଦିନରେ ପ୍ରଥମ ଡୋଜ ଏବଂ ୨୯ ଦିନରେ ଦ୍ୱିତୀୟ ଡୋଜ୍, ଯାହା ପରେ ପୂର୍ବ ନିର୍ଦ୍ଧାରିତ ବ୍ୟବଧାନରେ ନିରାପତ୍ତା ଏବଂ ରୋଗ ପ୍ରତିରୋଧକ ମୂଲ୍ୟାଙ୍କନ କରାଯିବ।ଉଲ୍ଲେଖନୀୟ ବିଷୟ ହେଉଛି, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରା ଜେନେକା ସହିତ ଦେଶରେ ଅକ୍ସଫୋର୍ଡର କରୋନା ଟିକା ପ୍ରସ୍ତୁତ କରିବାରେ ସହଯୋଗ କରିଛି ଏବଂ ଏହାର ନାମ କୋଭିଶିଲ୍ଡ(Covishield) ରଖାଯାଇଛି। ବର୍ତ୍ତମାନ, ବ୍ରିଟେନରେ ଅକ୍ସଫୋର୍ଡ ପ୍ରାୟୋଜିତ ଟୀକାକରଣର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରୀକ୍ଷା ଚାଲିଛି । ଏଥି ସହିତ, ଏହି ଟିକା ତୃତୀୟ ପର୍ଯ୍ୟାୟରେ ବ୍ରାଜିଲରେ ପରୀକ୍ଷା ଚାଲିଛି। ଏହା ସହିତ ଦକ୍ଷିଣ ଆଫ୍ରିକାରେ ଟୀକାକରଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କ୍ଲିନିକାଲ୍ ପରୀକ୍ଷା ଚାଲିଛି। ଆଷ୍ଟ୍ରା ଜେନେକା ସହିତ ସହଭାଗିତା ସଂପର୍କରେ, ଏସଆଇଆଇ ସିଇଓ କହିଛନ୍ତି ଯେ ଅକ୍ସଫୋର୍ଡ ୟୁନିଭରସିଟି ଦ୍ୱାରା ବିକଶିତ କୋଭିଡ -୧୯ ଟିକା ର ଏକ ବିଲିୟନ ଡୋଜ ଉତ୍ପାଦନ ତଥା ଯୋଗାଇବା ପାଇଁ ଆଷ୍ଟ୍ରାଜେନେକା ସହ ପୁନେର ସେରମ୍ ଇନଷ୍ଟିଚ୍ୟୁଟ ସହଭାଗୀ ହୋଇଛି। From The Web Share this: