ଅନଲାଇନ ବ୍ୟାଙ୍କିଙ୍ଗ୍ ଠକାମୀରୁ କିପରି ମୁକ୍ତି ପାଇବେ
ନୂଆଦିଲ୍ଲୀ : ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଏହାର ଗ୍ରାହକମାନଙ୍କୁ ଫିସିଂ(Phishing) ଆକ୍ରମଣରୁ ଚେତାବନୀ ଦେଇଛି। କରୋନା ଭୂତାଣୁ ମହାମାରୀ କାଳରେ ବ୍ୟାଙ୍କିଙ୍ଗର ଅନଲାଇନ୍ ଜାଲିଆତି ଓ ଅନଲାଇନ୍ ଠକେଇ ମାମଲା ବୃଦ୍ଧି ପାଇଛି। ଏସବିଆଇର ୭କୋଟି ୫୦ଲକ୍ଷ ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରୁଥିବାବେଳେ ପାଖାପାଖି ୧ କୋଟି ୭୦ଲକ୍ଷ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ବ୍ୟବହାର କରୁଛନ୍ତି। ଏସବିଆଇ ନିଜର ଟ୍ୱିଟରେ କହିଛନ୍ତି ଫିସିଂ ଠାରୁ ସାବଧାନ ରୁହନ୍ତୁ ଓ ନିଜର ଆକାଉଣ୍ଟର ତଥ୍ୟକୁ ଗୋପନ ରଖନ୍ତୁ।
ଆସନ୍ତୁ ଜାଣିବା ଫିସିଂ କ’ଣ?
ଫିସିଂ ମାଧ୍ୟମରେ, ଜଣେ ବ୍ୟକ୍ତି ନକଲି ଇମେଲ୍ ଓ ୱେବସାଇଟ୍ ବ୍ୟବହାର ରେ ଜଡିତ ହୋଇଥାଏ , ଲଗ୍ଇନ୍ ସହିତ ଅନ୍ୟାନ୍ୟ ବିବରଣୀ ଯେପରିକି ଠିକଣା, ଯୋଗାଯୋଗ ନମ୍ବର ଓ ଜନ୍ମ ତାରିଖ ଭଳି ସମ୍ବେଦନଶୀଳ ସୂଚନା ପ୍ରବେଶ କରିବାକୁ ନିର୍ଦେଶ ଦେଇଥାଏ। ଯେତେବେଳେ ଗ୍ରାହକ ଏକ ଇମେଲ୍ କିମ୍ବା ୱେବ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ଏହା ଯେ କୋଣସି ସଂସ୍ଥା ର ପ୍ରକୃତ ୱେବପେଜ ପରି ଦେଖାଯାଏ କିନ୍ତୁ ଏହା ଏକ ନକଲି ୱେବସାଇଟ୍ ହୋଇଥାଏ।
ଫିସିଂ ରୁ କିପରି ଉଦ୍ଧାର ପାଇବେ
- କୋଣସି ଅଜ୍ଞାତ ସଂସ୍ଥା ଠାରୁ କୋଣସି ଫାଇଲ୍ ଡାଉନଲୋଡ୍ କିମ୍ବା ଏହାକୁ ଖୋଲିବା ଠାରୁ ଦୂରେଇ ରୁହନ୍ତୁ।
- କୋଣସି ବ୍ୟକ୍ତିଗତ ସୂଚନା ଦେବା ପୂର୍ବରୁ ପ୍ରେରକଙ୍କ ଇମେଲ୍ ଆଇଡି ଯାଞ୍ଚ କରନ୍ତୁ।
- ଆଣ୍ଟିଭାଇରସ୍, ଆଣ୍ଟିସ୍ପାଇୱେର୍ ଏବଂ ଫାୟାରୱାଲ୍ ଭଳି ଉଚିତ ସଫ୍ଟୱେର୍ ବ୍ୟବହାର କରନ୍ତୁ।
- ନିୟମିତ ଭାବରେ ଆପଣଙ୍କର ୱେବ୍ ବ୍ରାଉଜର୍ ଅପଡେଟ୍ କରନ୍ତୁ ଏବଂ ଫିସିଂ ସୁରକ୍ଷା ଫିଚରକୁ ସକ୍ରିୟ କରନ୍ତୁ।
କଣ କରିବା ଉଚିତ୍ ନୁହେଁ
- ସନ୍ଦେହଜନକ ଇମେଲ କିମ୍ବା ସୋସିଆଲ ମିଡିଆ ବାର୍ତ୍ତାଗୁଡିକର ଉତ୍ତର ଦିଅନ୍ତୁ ନାହିଁ।
- ବ୍ୟକ୍ତିଗତ ଜିନିଷ ପାଇଁ କମ୍ପାନୀ ଓ ବ୍ୟାଙ୍କର ଇମେଲ ଠିକଣା ବ୍ୟବହାର କରନ୍ତୁ ନାହିଁ।
- ବ୍ୟାଙ୍କ ବିବରଣୀ ମାଗୁଥିବା ଫୋନ୍ କଲର ଉତ୍ତର ଦିଅନ୍ତୁ ନାହିଁ।
- ପୁରସ୍କାର ଓ ଅଫର୍ ପାଇବାକୁ ବ୍ୟକ୍ତିଗତ ବିବରଣୀ ଖୋଜୁଥିବା କୋଣସି ମେସେଜ ର ଉତ୍ତର ଦିଅନ୍ତୁ ନାହିଁ ।
ସୂଚନା ଯୋଗ୍ୟ ଜୁନ୍ ୨୦ ତାରିଖ ରେ ଭାରତରେ କୋଭିଡ଼-୧୯ (COVID-19) ମାଗଣା ପରୀକ୍ଷା ଦାବି କରୁଥିବା ଏକ ପ୍ରମୁଖ ଫିସିଂ ଆକ୍ରମଣ ବିଷୟରେ ସରକାର ଚେତାବନୀ ଦେଇଥିଲେ। ସେଥିପାଇଁ ଗ୍ରାହକ ମାନଙ୍କୁ ନିଜର ପରିଚୟପତ୍ର କୁ ଗୋପନ ରଖିବା ପାଇଁ ଅନୁରୋଧ କରାଯାଇଛି।
FROM THE WEB