Breaking Newsଓଡ଼ିଶାଜାତୀୟ ଏଥର ସିପେଟ ରେ ହେବ ପିପିଇ କିଟ୍ ପରୀକ୍ଷଣ July 19, 2020 MahimaLive Share this: ଭୁବନେଶ୍ଵର : ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍) ରେ କୋଭିଡ଼-୧୯ ପାଇଁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) କିଟ୍ ଗୁଡ଼ିକର ପରୀକ୍ଷଣ ନିମନ୍ତେ ଜାତୀୟ ପରୀକ୍ଷଣ ଓ କ୍ରମାଙ୍କନ ପ୍ରମାଣନ ଗବେଷଣାଗାର ବୋର୍ଡ (ନ୍ୟାସନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଟେଷ୍ଟିଂ ଆଣ୍ଡ କ୍ୟାଲିବ୍ରେସନ୍ ଲାବୋରେଟୋରିଜ୍) ଠାରୁ ଅନୁମତି ଲାଭ କରିଛି। ପିପିଇ କିଟରେ ଆସୁଥିବା ଗ୍ଲୋବ୍ସ, କଭର ଅଲ, ଫେସ ସିଲ୍ଡ ଏବଂ ଚଷମା ତଥା ଆନ୍ତର୍ଜାତିକ ମାନକ ଅନୁରୂପ ତ୍ରିସ୍ତରୀୟ ମେଡିକାଲ ମାସ୍କ ଆଦି ସାମିଲ କରାଯାଇଛି। କୋଭିଡ-୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ତଥା ଆତ୍ମନିର୍ଭର ଭାରତ ଦିଗରେ ସିପେଟର ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି। କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡା ସିପେଟ ଭୁବନେଶ୍ୱରକୁ ଏହି ଉପଲବ୍ଧି ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି। ଦେଶ ସେବା ସହିତ ମେକ ଇନ ଇଣ୍ଡିଆ ଉପରେ ଜୋର ଦେଇ ଏମଏସଏମଇକୁ ସାହାଯ୍ୟ କରିବା ନିମନ୍ତେ ଗତିବିଧି ତ୍ଵରାନ୍ଵତ କରିବା ପାଇଁ ନିବେଦନ କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇଏସଓର ମାର୍ଗଦର୍ଶିକା ଅନୁଯାୟୀ ସିପେଟ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗବେଷଣା ଓ ବିକାଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ ମହାମାରୀ ସମୟରେ ସିପେଟ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ସହଯୋଗ କରିବା ପାଇଁ ଖାସ୍ୟଶସ୍ୟ ତଥା ସାର ପ୍ୟାକେଜିଂ ଯାଞ୍ଚ କରିବା ପାଇଁ ମଧ୍ୟ ନିଜ କ୍ଷମତାର ସମ୍ପ୍ରସାରଣ କରିଛି । FROM THE WEB Share this: