Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ଲାଗି ଶେଷ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି July 16, 2020 MahimaLive Share this: ଭୁବନେଶ୍ଵର : ରାଜ୍ୟରେ ଦିନ କୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅବଧି ବୃଦ୍ଧି କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍କୁଲରେ ନାମଲେଖା ଲାଗି ଶେଷ ତାରିଖ ଅଗଷ୍ଟ ୧୪ ଯାଏଁ ବୃଦ୍ଧି କରାଯିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ଜୁନ୍ ୮ରୁ ଜୁଲାଇ ୧୫ତାରିଖ ମଧ୍ୟରେ ନାମଲେଖା ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସର୍ବଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ନାମଲେଖା ଅବଧିକୁ ଅଗଷ୍ଟ ୧୪ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। FROM THE WEB Share this: