ଗଞ୍ଜାମ ଓ ଯାଜପୁର କୁ ଅନୁଗୋଳ ବନ୍ଦ
ଅନୁଗୋଳ : (ମହିମାଲାଇଭ ) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ଙ୍କ ସାକ୍ଷା ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଜିଲ୍ଲାରେ ୧୨୨ କରୋନା ରୋଗୀ ସଂଖ୍ୟା ବୃଦ୍ଧି ମାମଲାକୁ ନେଇ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ଅଧିବାସୀଙ୍କୁ ଅନୁଗୋଳ ଜିଲ୍ଲାରେ ପ୍ରବେଶ ଉପରେ ଅନୁଗୋଳ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି। ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ଆନୁଷ୍ଠାନିକ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି।
ସୂଚନା ଯୋଗ୍ୟ ଯେ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରୁ ଆସୁଥିବା ଲୋକମାନେ ଅଧିକାଂଶ କୋଭିଡ -୧୯ ପଜିଟିଭ ବୋଲି ଜଣାପଡିଛି ଏବଂ ସେମାନେ ଏହାକୁ ଅନ୍ୟମାନଙ୍କ ନିକଟରେ ବିସ୍ତାର କରୁଛନ୍ତି। ତେଣୁ କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ କଡା ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ବୋଲି ଅନୁଗୋଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ଏହି ନିୟମ କୁ ତୁରନ୍ତ କାର୍ଯ୍ୟାକାରୀ କରାଗଲା ଓ ଯେ କେହି ଏହାକୁ ଅମାନ୍ୟ କରେ ଆଇନ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ନିର୍ଦେଶ ଦେଇଛନ୍ତି। ବର୍ତ୍ତମାନ ୯୨ ଜଣ ସୁସ୍ଥ ହୋଇଘରକୁ ଫେରିଛନ୍ତି।