ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ତୃତୀୟ ଦିନରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜରେ ୯୯ ରନ୍ ଅଗ୍ରଣୀ
ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜାରି ରହିଛି। ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ୱେଷ୍ଟଇଣ୍ଡିଜ୍ ଦଳ ୩୧୮ ରନ୍ ରେ ଆଉଟ୍ ହୋଇଥିଲା ଏବଂ ପ୍ରଥମ ଇନିଂସ ଆଧାରରେ ଭ୍ରମଣକାରୀ ଦଳ ୧୧୪ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ରନ୍ କରିଥିଲା।
୩ ୟ ଦିନ ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡ ଦଳ କୌଣସି ୱିକେଟ ନ ହରାଇ ୧୫ ରନ୍ ସଂଗ୍ରହ କରିଥିଲା। ଡୋମନିକ୍ ସିବିଲି ୫ ରନ୍ ପାଇଁ ଖେଳୁଥିବାବେଳେ ରୋରି ବନ୍ସ ୧୦ ରନ୍ କରି ଖେଳୁଥିଲେ । ପ୍ରଥମ ଇନିଂସ ଆଧାରରେ ୱେଷ୍ଟଇଣ୍ଡିଜରେ ୯୯ ରନ୍ ଅଗ୍ରଣୀ ରହିଛି। ୱେଷ୍ଟଇଣ୍ଡିଜ୍ ପାଇଁ କ୍ରେଗ୍ ବ୍ରାଥୱାଇଟ୍ ଏବଂ ଜନ୍ କ୍ୟାମ୍ପବେଲ ଇନିଂସ ଆରମ୍ଭ କରିଥିଲେ ଏବଂ କ୍ୟାମ୍ପବେଲ ରୂପରେ କାରିବିଆନ୍ ଦଳର ପ୍ରଥମ ୱିକେଟ୍ ଖସି ଆସିଥିଲା। ତାଙ୍କୁ ୨୮ ରନ୍ ପାଇଁ ଏଲବିଡବ୍ଲୁ ରେ ଜେମ୍ସ ଆଣ୍ଡରସନ ଆଉଟ କରିଥିଲେ। ସାଇ ହୋପ ଙ୍କୁ ଡୋମ ବେସ ଆଉଟ କରିଥିଲେ। ହୋପ ୬୪ ବଲରୁ ୧୬ ରନ୍ ସ୍କୋର କରିଥିଲା। କ୍ରେଗ୍ ବ୍ରାଥୱାଇଟ୍ କୁ ୬୫ ରନ୍ ରେ ବେନ୍ ଷ୍ଟୋକ୍ସ ଏଲବିଡବ୍ଲୁ ଆଉଟ କରିଥିଲେ। କାରିବିଆନ୍ ଦଳର ଚତୁର୍ଥ ୱିକେଟ୍ ବ୍ରୁକସ୍ ଙ୍କ ରୂପରେ ୩୯ ରନ୍ ରେ ଜେମ୍ସ ଆଣ୍ଡରସନ ଆଉଟ କରିଥିଲେ।
ଡୋମ ବେସ୍ ଙ୍କ ବଲ ରେ ବ୍ଲାକ୍ଉଡ୍ କୁ ଆଣ୍ଡରସନ କ୍ୟାଚ ଆଉଟ କରି ୱେଷ୍ଟଇଣ୍ଡିଜ କୁ ପଞ୍ଚମ ଝଟକା ଦେଇଥିଲେ। ରୋଷ୍ଟନ୍ ଚେଜ୍ କୁ ଆଣ୍ଡରସନ ୪୭ ରନ୍ ରେ ଏଲବିଡବ୍ଲୁ ଆଉଟ୍ କରିଥିଲେ। ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଙ୍କ ବଲ ରେ କ୍ୟାପଟେନ ଜେସନ ହୋଲଡର କୁ ଜୋଫ୍ରା ଆର୍ଚରକ୍ୟାଚ ଆଉଟ କରିଥିଲେ। ଅଲଜାରୀ ଜୋସେଫଙ୍କୁ ବେନ ଷ୍ଟୋକ୍ସ ୧୮ରନ୍ ରେ କ୍ଲିନ୍ ବୋଲ୍ଡ କରିଥିବାବେଳେ ଗାବ୍ରିଏଲ୍ ୪ ରନ୍ ପାଇଁ ମାର୍କ ଉଡ଼ ଙ୍କ ଶିକାର ହୋଇଥିଲେ। କେମର ରୋଚ ଗୋଟିଏ ରନ୍ରେ ଅପରାଜିତ ରହିଥିଲେ। ଇଂଲଣ୍ଡ ପାଇଁ ପ୍ରଥମ ଇନିଂସରେ ବେନ୍ ଷ୍ଟୋକ୍ସ କୁ ଚାରିଟି, ଆଣ୍ଡରସନ୍ କୁ ତିନି, ବେସ୍ କୁ ଦୁଇଟି ଓ ମାର୍କଉଡ଼ କୁ ଗୋଟିଏ ସଫଳତା ମିଳିଥିଲା। ୱେଷ୍ଟଇଣ୍ଡିଜ୍ ପ୍ରଥମ ଇନିଂସରେ ୩୧୮ ରନ୍ ସଂଗ୍ରହ କରିଥିଲା। ସେହିପରି ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୪ ଓ ୨ୟ ଇନିଂସରେ ବିନା କୌଣସି ୱିକେଟ ହରାଇ ୧୫ ରନ୍ କରିଛି।