ଜିଲାପାଳଙ୍କ ନିର୍ଦେଶ ସମ୍ବଲପୁର ଦୁଇ ଦିନ ସଟ୍ ଡ଼ାଉନ

Share this:

ସମ୍ବଲପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଜିଲାପାଳ ଆସନ୍ତା ଶନିବାର ଓ ରବିବାର ଜିଲ୍ଲାକୁ  ସଟ୍‌ଡାଉନ ଘୋଷଣା କରିଛନ୍ତି।

ଅତ୍ୟାବଶ୍ୟକୀୟ ସେବାକୁ ସଟ୍‌ଡାଉନରୁ ବାଦ ଦିଆଯାଇଛି । ସଟ୍‌ଡାଉନ ସମୟରେ  ସ୍ୱାସ୍ଥ୍ୟ ସେବା ,ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ​‌ଔଷଧ ଦୋକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ବିଦ୍ୟୁତ ଓ ଜଳଯୋଗାଣ , ଶିଳ୍ପାନୁଷ୍ଠାନ ଗଣମାଧ୍ୟମ,ନିର୍ମାଣକାମ, କୃଷିଜାତ କାର୍ଯ୍ୟ ଚାଲୁରହିବ। ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବା ପାଇଁ କଡ଼ା ନିର୍ଦେଶ ରହିଛି।   ଜାତୀୟ ରାଜପଥରେ ଦୂରଗାମୀ ଗାଡ଼ି ଚଳାଚଳ, ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତିମ ସଂସ୍କାର କାମ ହୋଇପାରିବ। କଟକଣା ଉଲ୍ଲଂଘନକାରୀ ଙ୍କୁ ନିୟମ ଅନୁଯାୟୀ ଦଣ୍ଡିତ କରାଯିବ।

Share this: