ବିଜେଡିର ୧୫ ନେତା ବରିଷ୍ଠ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ
ଭୁବନେଶ୍ୱର : ବିଜେଡ଼ି ର ସାଂଗଠନିକ ସ୍ତରରେ ଏକ ଅଦଳ ବଦଳ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ ସହିତ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି।
ବିଜେଡି ପକ୍ଷରୁ ବୁଧବାର ପ୍ରକାଶ ପାଇଥିବା ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ନୃସିଂହ ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ନାରାୟଣ ସିଂଦେଓ, ପ୍ରିତିରଞ୍ଜନ ଘଡାଇ, ଅରୁଣ କୁମାର ସାହୁ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ରବି ନାରାୟଣ ନନ୍ଦ, ରାଜେନ୍ଦ୍ର ପ୍ରସାଦ ଢୋଲକିଆ, ପ୍ରତାପ ଜେନା, ନବର କିଶୋର ଦାସ, ରମେଶ ଚନ୍ଦ୍ର ମାଝି, ସରୋଜିନି ହେମ୍ବ୍ରମ, ଶଶୀଭୂଷଣ ବେହେରା ଏବଂ ସୁମିତ୍ରା ଜେନାଙ୍କୁ ବିଜେଡି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ନୃସିଂହ ସାହୁଙ୍କୁ ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଥିବା ବେଳେ ଅଶୋକ ଚନ୍ଦ୍ର ପଣ୍ଡା, କଳିକେଶ ସିଂଦେଓ, ପ୍ରତିରଞ୍ଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି। ଅରୁଣ ସାହୁ ଏବଂ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବସମ୍ବଳ ଦାୟିତ୍ୱ ଦିଆଯାଇଛି। ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡିଶା, ରମେଶ ମାଝି, ସରୋଜିନି ହେମ୍ବ୍ରମ ଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ସୁମିତ୍ରା ଜେନାଙ୍କୁ ମହିଳା ଶସକ୍ତିକରଣ ବ୍ୟାପାର ଏବଂ ଶଶୀ ଭୁଷଣ ବେହେରାଙ୍କୁ ମହିଳା ଶସକ୍ତିକରଣ ଓ ଅନୁସୂଚୀତ ଜାତି କଲ୍ୟାଣ ଦାୟିତ୍ୱ ପ୍ରଦାନ କରାଯାଇଛି।