ରଥଯାତ୍ରାକୁ କୁ ନେଇ ସେବାୟତ,ପ୍ରଶାସନ ଏବଂ ସହଯୋଗ ପାଇଁ ଓଡ଼ିଶାବାସୀ ଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ସେବାୟତ,ମନ୍ଦିର ପ୍ରଶାସନ,ରାଜ୍ୟ ସରକାର ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ : ଗଜପତି ଦିବ୍ୟସିଂହ ଦେବ
କୋଭିଡ଼-୧୯ ର କଟକଣା କୁ ପାଳନ କରି ରଥଯାତ୍ରା କରାଇବା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେଲେ କିନ୍ତୁ ଓଡ଼ିଶା ସରକାରଙ୍କ ପାଖରେ ସମୟ ଥିଲା ମାତ୍ର କେତେ ଘଣ୍ଟା। କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟାଭିଡ଼ିଥିଲା କିପରି ସୂଚାରୁ ରୂପେ ପ୍ରଭୁଙ୍କର ରଥଯାତ୍ରା ସମ୍ପୂର୍ଣ୍ଣ ହେବ। ଅତିସୁରୁଖୁରୁରେ ରଥଯାତ୍ରା ଶେଷ ହୋଇଛି। ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ଧରି ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି। ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି । ସର୍ବୋପରି ସବୁ ସେଇ ଲୀଳାମୟଙ୍କ ଇଛା ବୋଲି କହିଛନ୍ତି।
ସେହିପରି,ରଥଯାତ୍ରା ସୂଚାରୁ ରୂପେ ଶେଷ ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ମହାପ୍ରଭୁଙ୍କ ଦୟାରୁ ରଥଯାତ୍ରା ସଂପନ୍ନ ହୋଇଛି। ଏଥିପାଇଁ ସେବାୟତ, ମନ୍ଦିର ପ୍ରଶାସନ, ରାଜ୍ୟ ସରକାର ଏବଂ ରାଜ୍ୟବାସୀ ଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।