ଭାରତୀୟ ଖାଦ୍ୟ ନିଗମ ପାଖରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଅଛି : ଏଫ୍ସିଆଇ
ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ର ରିପୋର୍ଟ ଅନୁସାରେ ରବିବାର ସୁଦ୍ଧା ଏହା ପାଖରେ ୨୬୬.୨୯ ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ ୫୫୦.୩୧ ଲକ୍ଷ ମେଟ୍ରିକ ଟନ ଗହମ ମହଜୁଦ ଅଛି। ଏହାବାଦ ଏଫ୍ସିଆଇ ଉଭୟ ଚାଉଳ ଓ ଗହମ ସଂଗ୍ରହ କାର୍ଯ୍ୟ ଜାରି ରଖିଛି । ସେସବୁ ଏପର୍ଯ୍ୟନ୍ତ ଗୋଦାମରେ ପହଞ୍ଚିନାହିଁ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମାସକୁ ୫୫ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଣ ଆବଶ୍ୟକତା ପଡୁଛି।
ଲକ୍ଡାଉନ ପରଠାରୁ ପ୍ରାୟ ୧୩୮.୪୩ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ କେନ୍ଦ୍ରୀୟ ଭଣ୍ଡାରରୁ ଉଠାଯାଇ ୪୯୪୪ ରେଳ ରେକ୍ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ପଠାଯାଇଛି। ରେଳପଥ ବ୍ୟତୀତ ସଡ଼କ ଓ ଜଳପଥରେ ମଧ୍ୟ ଏହି ପରିବହନ କାର୍ଯ୍ୟ କରାଯାଇଛି। ମୋଟ ୨୭୭.୭୩ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ପରିବହନ କରାଯାଇଥିବାବେଳେ ଚଉଦ ଟି ଜାହାଜ ମାଧ୍ୟମରେ ୨୧,୭୨୪ ମେଟ୍ରିକ ଟନ ଖାଦ୍ୟଶସ୍ୟ ବିଭିନ୍ନ ସ୍ଥାନକୁ ପଠାଯାଇଛି। ଉତ୍ତର ପୂର୍ବାଞ୍ଚଳକୁ ପଠାଯାଇଥିବା ଖାଦ୍ୟଶସ୍ୟ ପରିମାଣ ମୋଟ ୧୩.୪୭ ଲକ୍ଷ ମେଟ୍ରିକ ଟନ ।