ଓଡ଼ିଶାରେ ଗୋଷ୍ଠୀ ଅଂଶଗ୍ରହଣ ଓ ଡ଼ିଜିଟାଲ ପ୍ରୟାସ ଦ୍ୱାରା କୋଭିଡ଼-୧୯ ବିରୋଧରେ ପ୍ରତ୍ୟକ୍ଷ ଲଢ଼େଇ

Share this:
  • ସହ-ଋଗଣତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସଚେତକ ଆପ୍‌
  • ସକ୍ରିୟ ମନିଟରିଂ ବ୍ୟବସ୍ଥା ଦ୍ୱାରା ସରପଞ୍ଚମାନଙ୍କୁ ସଶକ୍ତିକରଣ
  • ଟେଲି ମେଡ଼ିସିନ୍‌ ସେବା ମୁତୟନ
  • ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି

କୋଭିଡ଼-୧୯  ବିରୋଧରେ ଲଢ଼େଇ ହେଉଛି ଏକ ସାମୂହିକ ସଂଗ୍ରାମ ଯାହା କେନ୍ଦ୍ର ସରକାରଙ୍କ ନେତୃତ୍ୱରେ ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଜାରି ରହିଛି। ଅନେକ ରାଜ୍ୟ ଏଥି ସକାଶେ କେତେକ ବିଶେଷ ରଣନୀତି ଆପଣାଇଛନ୍ତି ଯାହାକି କେନ୍ଦ୍ର ସରକାରଙ୍କ ଦ୍ୱାରା ବ୍ୟାପକ ଭାବେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ, ମାର୍ଗଦର୍ଶିକା ତଥା ପ୍ରୋଟୋକଲ ସହ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ଆଇଟି)ର ସକ୍ରିୟ ଉପଯୋଗ ଦ୍ୱାରା କୋଭିଡ଼ ବିରୋଧୀ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରୀତ କରିଛନ୍ତି। ଆଇଟି ପ୍ରଯୁକ୍ତି ବ୍ୟବହାର ଦ୍ୱାରା ସ୍ଥାନୀୟ ସରପଞ୍ଚମାନଙ୍କ ସଶକ୍ତ କରାଯାଇପାରୁଛି ଏବଂ ଗୋଷ୍ଠୀ ସହଭାଗୀତା ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୁଶଳୀ ଶକ୍ତିରେ ପରିଣତ କରାଯାଇପାରୁଛି। ପୁନଶ୍ଚ, ଏହାଦ୍ୱାରା ଯେଉଁମାନେ ଆପଦାଗ୍ରସ୍ତ ଗୋଷ୍ଠୀ ସେମାନଙ୍କୁ ସୁରକ୍ଷିତ ରଖାଯାଇପାରୁଛି। ଏହା ଫଳରେ ଏହି ମହାମାରୀର ବୋଝ ହ୍ରାସ କରାଯାଇ ପାରିଛି ଏବଂ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ସଂଖ୍ୟ ମଧ୍ୟ କମିଛି

ସହ-ଋଗଣତା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ସଚେତକ ଆପ୍‌

ଭୁବନେଶ୍ୱର ମହାନଗର ନିମଗ (ବିଏମସି) “ସଚେତକ” ନାମକ ଏକ ମୋବାଇଲ୍‌ ଆପ୍‌ର ବିକାଶ ଘଟାଇଛି ଯାହାକି ନଗରୀର ସହ-ଋଗଣତା ଥିବା ତଥା ବରିଷ୍ଠ ନାଗରିକଙ୍କୁ ଅଧିକ ନିରାପତ୍ତା ନଜରରେ ରଖିଛି। ସେମାନଙ୍କ ପାଇଁ ପରିବାରର ଜଣେ ସଦସ୍ୟଙ୍କୁ ସେବା ପ୍ରଦାନକାରୀ ଭାବେ ପଞ୍ଜିକୃତ କରାଯାଇଛି। ଯେଉଁସବୁ ବରିଷ୍ଠ ନାଗରିକମାନେ ଏକାକୀ ରହୁଛନ୍ତି, ୱାର୍ଡ଼ ସ୍ତରରେ ଥିବା ସଚେତକ ଗୋଷ୍ଠୀରୁ ଜଣେ ସ୍ୱେଚ୍ଛାସେବୀଙ୍କୁ ସେବା ପ୍ରଦାନକାରୀ ଭାବେ ଚିହ୍ନିତ କରାଯାଉଛି। ସେମାନେ ଏଭଳି ଆପଦାଗ୍ରସ୍ତ ଲୋକମାନଙ୍କ ପାଇଁ ଏକ ପ୍ରକାର ସୁରକ୍ଷା ବଳୟ ସୃଷ୍ଟି କରୁଛନ୍ତି। ଏହି ଆପ୍‌ ମାଧ୍ୟମରେ ନାଗରିକମାନେ କୋଭିଡ଼ ସୁରକ୍ଷା, ଡ଼ାକ୍ତରଙ୍କ ସହ ପରାମର୍ଶ, କୋଭିଡ଼ କ୍ୱାରେଣ୍ଟାଇନ ଉପରେ ସମସ୍ତ ପ୍ରକାର ଅପଡ଼େଟ୍‌ ଏବଂ ପଜିଟିଭ୍‌ କେଶ୍‌ଗୁଡ଼ିକୁ ଦେଖିପାରୁଛନ୍ତି ଓ ଜାଣି ପାରୁଛନ୍ତି। ଏହି ଆପରୁ ସଂଗୃହୀତ ଡାଟା ପୌରସଂସ୍ଥାକୁ ନିର୍ଦ୍ଧାରିତ ସ୍ୱାସ୍ଥ୍ୟସେବା ଶିବିରଗୁଡ଼ିକ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ସହାୟକ ହୋଇପାରୁଛି ।

ସକ୍ରିୟ ମନିଟରିଂ ବ୍ୟବସ୍ଥା ଦ୍ୱାରା ସରପଞ୍ଚମାନଙ୍କୁ ସଶକ୍ତିକରଣ

ରାଜ୍ୟ ସରକାର ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନଙ୍କୁ ଜିଲ୍ଲା କଲେକ୍ଟରଙ୍କ କ୍ଷମତା ପ୍ରଦାନ କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫  ର ଧାରା ୫୧  , ମହାମାରୀ ରୋଗ ଆଇନ ୧୮୯୭  ଯାହାକି ଓଡ଼ିଶା କୋଭିଡ଼-୧୯  ନିୟନ୍ତ୍ରଣ ବ୍ୟବସ୍ଥା ୨୦୨୦  ଅନୁସାରେ ସେମାନଙ୍କର ସୀମାକ୍ଷେତ୍ର ମଧ୍ୟରେ ଏହି ସରପଞ୍ଚମାନେ ତାହା ଉପଯୋଗ କରିପାରିବେ । ଏହାଦ୍ୱାରା ଯେଉଁ ପ୍ରବାସୀମାନେ ରାଜ୍ୟ ବାହାରୁ ଫେରୁଛନ୍ତି ସେମାନଙ୍କୁ ୧୪  ଦିନ ପର୍ଯ୍ୟନ୍ତ ସଙ୍ଗରୋଧ ନିୟମାନୁସାରେ ରଖିବା କାର୍ଯ୍ୟ ପରିଚାଳନା କରିବାରେ ସରପଞ୍ଚମାନେ ସକ୍ଷମ ହୋଇପାରୁଛନ୍ତି ।

ଟେଲି ମେଡ଼ିସିନ୍‌ ସେବା ମୁତୟନ

ରାଜ୍ୟରେ ୧୦୪  ହେଲ୍ପ ଲାଇନ୍‌ ସେବା କାର୍ଯ୍ୟକାରୀ କରାଯିବା ଅତିରିକ୍ତ ଏକ ସଂପୂର୍ଣ୍ଣ ଦେୟମୁକ୍ତ ଟେଲିମେଡ଼ିସିନ୍‌ ହେଲ୍ପଲାଇନ୍‌ ସେବା ୧୪୪୧୦ କୁ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଭାବ ଆଦାନପ୍ରଦାନକାରୀ ସ୍ୱର ରେସପନ୍ସ (ଆଇଭିଆର) ବ୍ୟବସ୍ଥାଭିତ୍ତିକ ମଡ୍ୟୁଲ୍‌ ରହିଛି। ଏହା ସକଳ ପ୍ରକାର ମେଡ଼ିକାଲ ଉପଦେଶ ଯୋଗାଇ ଦେବା ସହ ଲୋକମାନଙ୍କ କୋଭିଡ଼-୧୯  ସଂପର୍କୀତ ସମସ୍ତ ସୂଚନା ପ୍ରଦାନ କରୁଛି। ପୁନଶ୍ଚ ପ୍ରାୟ ତିନିଶହ ରୁ ଊର୍ଦ୍ଧ୍ଵ ପ୍ରଶିକ୍ଷିତ ମେଡ଼ିକାଲ ପ୍ରଫେସନାଲମାନଙ୍କ ସହାୟତାରେ ଏହିଭଳି ସେବା ଓ ସଂପଦ ଯୋଗାଇ ଦିଆଯାଉଛି। ଏହା ଫଳରେ ଲୋକମାନଙ୍କ ମନରେ ଅଯଥା ସୃଷ୍ଟି ହେଉଥିବା ଆଶଙ୍କା ଓ ଭୟକୁ ଦୂର କରାଯାଇପାରୁଛି ।

ମେଡ଼ିକାଲ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି

ଓଡ଼ିଶା ସରକାର କୋଭିଡ଼ ମହାମାରୀରେ ଆକ୍ରାନ୍ତ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ୧.୭୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଏକ ଅଭିନବ ପଦକ୍ଷେପ ଭାବେ, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିବା ହଜାର ହଜାର ପ୍ରବାସୀମାନଙ୍କୁ ସେମାନଙ୍କ ଇଲାକାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଭାବେ ଯଥା ସାନିଟେସନ୍‌ ବ୍ୟବସ୍ଥା ଆଦି କରିବା ସକାଶେ ତାଲିମ ପ୍ରଦାନ କରୁଛନ୍ତି। ଏଭଳି ବ୍ୟବସ୍ଥାକୁ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ରୂପାନ୍ତରୀତ କରାଯାଉଛି।

Share this: