ରାଜ୍ୟରେ ଆଜି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ରାଜ୍ୟ ରେ ପୁଣି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ ଘଟଣା । ସର୍ବାଧିକ୯୨ ଜଣ ଆକ୍ରାନ୍ତ କଟକ ରେ ଚିହ୍ନଟ ହୋଇଛନ୍ତି । ସେହିପରି ଗଂଜାମ ରେ ୨୦ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ରେ ୨ ଜଣ,କେନ୍ଦ୍ରାପଡ଼ା ରେ ୪ ଜଣ,ଭଦ୍ରକ ରେ ୫ ଜଣ, ପୁରୀ ରେ ୧୫ ଜଣ,ଜଗତସିଂହପୁର ରେ ୧୩ ଜଣ,ବଲାଙ୍ଗିର ରେ ୧୨ ଜଣ, ସୁନ୍ଦରଗଡ଼ ରେ ଜଣେ, ନୟାଗଡ଼ ରେ ୭ ଜଣ,ମୟୁରଭଂଜ ରେ ୯ ଜଣ, କନ୍ଧମାଳ ରେ ୧୫ ଜଣ, ଢ଼େଙ୍କାନାଳ ରେ ୭ ଜଣ,କଳାହାଣ୍ଡି ରେ ୩ ଜଣ ଓ ଅନୁଗୁଳ ରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି ଓ ୨୪୭୪ ଜଣ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ୧୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।