Odisha Covid-19 : ଓଡ଼ିଶାରୁ ଆଜି ୪୪ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ଵର: Odisha Covid-19 Today Reports ଓଡ଼ିଶାରୁ ଗତକାଲି ୪୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟାରେ ୪୪ଜଣ ସଂକ୍ରମିତ ଚିହ୍ନଟ (Odisha Covid-19) ହୋଇଛନ୍ତି। ରାଜ୍ୟରେ ଗତ ୩ଦିନ ଧରି ସଙ୍କ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଅକ୍ଟୋବର ୨୫ ତାରିଖରେ ୨୫ଜଣ କୋଭିଡ ସଂକ୍ରମିତ ଚିହ୍ନଟ କରାଯାଇଥିଲା।
ସେହିପରି ଆଜି ରାଜ୍ୟରୁ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଓଡ଼ିଶାରୁ ଚିହ୍ନଟଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣ, ବରଗଡ଼ରୁ ଜଣେ, ଏବଂ ବଲାଙ୍ଗୀରିରୁ 3ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୩ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ଜଣେ, ଯାଜପୁରରୁ ଜଣେ, ଖୋର୍ଦ୍ଧାରୁ ୬ଜଣ, ମୟୂରଭଞ୍ଜରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ନବରଂଗପୁରରୁ ୨ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୨ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡରୁ ୧୪ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୨ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩ କୋଟି ୩୮ ଲକ୍ଷ ୧୨ହଜାର ୨୪୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୩ ଲକ୍ଷ ୩୬ ହଜାର ୪୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୯ଜଣ ସୁସ୍ଥ ହେବା ସହିତ ମୋଟ ୧୩ ଲକ୍ଷ ୨୬ହଜାର ୪୬୯ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
ଆଜି ସକାଳ ୭ଟା ପର୍ଯ୍ୟନ୍ତ ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ଭାରତର COVID-19 ଟୀକାକରଣ କଭରେଜ୍ ୨୧୬ କୋଟି ୬୦ ଲକ୍ଷ ୪୫ ହଜାର ୫୦୦ ଅତିକ୍ରମ କରିଛି। ୧୨ ରୁ ୧୪ ବର୍ଷ ବୟସ ପାଇଁ COVID-19 ଟୀକାକରଣ ୧୬ ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ COVID-19 ଟିକା ର ପ୍ରଥମ ମାତ୍ରା ସହିତ ୪ କୋଟି ୧୨ ଲକ୍ଷ ୪୧ ହଜାର ୯୩୬ ଜଣ କିଶୋର କିଶୋରୀମାନଙ୍କୁ ଟିକାକରଣ କରାଯାଇଛି। ସେହିପରି, ୧୮-୫୯ ବର୍ଷ ବୟସ ପାଇଁ COVID-19 ସତର୍କତା ଡୋଜ୍ ପ୍ରଶାସନ ମଧ୍ୟ ୧୦ ଏପ୍ରିଲ, ୨୦୨୨ ଠାରୁ ଆରମ୍ଭ ହୋଇଥିଲା।
YOU MIGHT ALSO LIKE IT
Read Also
- Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ
- Naveen Patnaik: ସଂସଦରେ ନବୀନଙ୍କୁ ପ୍ରଶଂସା କଲେ ଅମିତ ଶାହା
- Ayodhya Ram Mandir: ରାମ ମନ୍ଦିରକୁ ସବୁଠୁ ବଡ଼ ଦାନ; ଗୁଜରାଟର ଜଣେ ବ୍ୟକ୍ତିଙ୍କ ୧୦୧ କେଜି ସୁନା ଦାନ, ଜାଣନ୍ତୁ କିଏ
- Street Crime Helpline Number: ବଟି ଓ ପୂଜା ଚାନ୍ଦା କେହି ମାଗୁଛି କି?; କରନ୍ତୁ ଅଭିଯୋଗ,ଟୋଲ ଫ୍ରି ନମ୍ବର ଜାରି
- Odisha Covid-19 Guidelines 2023: ଓଡ଼ିଶାରେ ଆସିବ ନୂଆ କୋଭିଡ ଗାଇଡଲାଇନ, ଭାରତରେ ୧୫୯୦ ନୂଆ କରୋନା ପଜିଟିଭ ଚିହ୍ନଟ