Odisha Weather Today Latest: ଆସନ୍ତା କାଲି ପ୍ରବଳ ବର୍ଷା; ୨ରେ ପୁଣି ଏକ ଲଘୁଚାପ, ପୂଜାରେ ରାଜ୍ୟସାରା ବର୍ଷିବ
ଭୁବନେଶ୍ୱର (ବ୍ୟୁରୋ): Odisha Weather Today Latest Report Updates ଆଜି କଟକ, ଭୁବନେଶ୍ଵର ସମେତ କେତକ ଜିଲ୍ଲାରେ ବର୍ଷା ଲାଗିରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ନିକଟବର୍ତ୍ତୀ ଆନ୍ଧ୍ର୍ରଦେଶ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା (Odisha Weather Today) ରେ ମୌସୁମୀବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ ୨୭ତାରିଖ ଦିନରେ କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଆସନ୍ତା ଅକ୍ଟୋବର ୨ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଅକ୍ଟୋବର ୨ରୁ ୪ ତାରିଖ ଯାଏ ବର୍ଷା ଲାଗି ରହିବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା ହୋଇପାରେ। ସେପଟେ ଉପକୂଳ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଫିକା ପଡିପାରେ ଦଶହରା।

